ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ : ଫାଇନାଲ୍‌ରେ ବଜରଙ୍ଗ ଏବଂ ପ୍ରବୀଣ ରାଣା

Published: Apr 23, 2019, 5:29 pm IST
punia and rana enters asian wrestling final

ଭାରତ ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ର ପ୍ରଥମ ଦିନରେ ଅନ୍ୟୁନ ଦୁଇଟି ପଦକ ପକ୍କା କରିଛି । ଦୁଇ ଭାରତୀୟ ରେସ୍‌ଲର ବଜରଙ୍ଗ ପୁନିଆ ଏବଂ ପ୍ରବୀଣ ରାଣା ନିଜ ନିଜ ଓଜନ ବର୍ଗରେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । 65 କିଗ୍ରା ବର୍ଗରେ ବିଶ୍ବର ଏକ ନମ୍ବର ଖେଳାଳି ପୁନିଆ ଉଜ୍‌ବେକିସ୍ତାନର ସିରୋଜିଦ୍ଦିନ୍‌ ଖାସାନୋଭ୍‌ଙ୍କୁ 12-1ରେ ଏକତିରଫା ଭାବରେ ପରାସ୍ତ କରିଛନ୍ତି । ନିଜର ଫାଇନାଲ୍‌ ମୁକାବିଲାରେ କାଜାକାସ୍ତାନର ସାୟାଟବେକ୍‌ ଓକାସ୍ସଭ୍‌ଙ୍କ ମୁକାବିଲା କରିବେ ବଜରଙ୍ଗ । ଇରାନ୍‌ର ପେମାନ୍‌ ବିବାନି ଏବଂ ଶ୍ରୀଲଙ୍କାର ଚାର୍ଲସ୍‌ ଫେର୍ଣ୍ଣଙ୍କୁ ପରାସ୍ତ କରିଥିଲେ । 79 କିଗ୍ରା ବର୍ଗରେ ପ୍ରବୀଣ ରାଣା ମଧ୍ୟ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ରାଣା 3-2 ବ୍ୟବଧାନରେ କାଜାକାସ୍ତାନର ଗାଲିମ୍‌ଝାନ୍‌ ଉସେର୍‌ବାୟେଭ୍‌ଙ୍କୁ ପରାସ୍ତ କରିଛନ୍ତି । ଫାଇନାଲ୍‌ରେ ଇରାନ୍‌ର ବାହାମାନ୍‌ ମହମ୍ମଦ ତୈମୁରଙ୍କୁ ଭେଟିବେ ପ୍ରବୀଣ ରାଣା । ଜାପାନର ୟୁଟା ଆବେ ଏବଂ ମଙ୍ଗୋଲିଆର ଯଗ୍‌ସ ଏର୍ଡେନେ ଡେଞ୍ଜେନସରାଭ୍‌ଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ ରାଣା । ବ୍ରୋଞ୍ଜ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ଦୁଇ ଭାରତୀୟ । 57 କିଗ୍ରା ବର୍ଗରେ ରବିକୁମାର ଏବଂ 97 କିଗ୍ରା ବର୍ଗରେ ସତ୍ୟବ୍ରତ କାଡିୟାନ୍‌ ବ୍ରୋଞ୍ଜ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ଅନ୍ୟତମ ଭାରତୀୟ ରେସ୍‌ଥଲର୍‌ ରଜନୀଶ 70 କିଗ୍ରା ବିଭାଗରୁ ବିଦାୟ ନେଇଛନ୍ତି ।

Related posts