ଜାପାନର ଏକ ଷ୍ଟୁଡିଓରେ ନିଆଁ ଲାଗି ୧୨ ମୃତ

Published: Jul 18, 2019, 1:20 pm IST

ଜାପାନର କ୍ୟୋଟୋ ସହରରେ ଗୁରୁବାର ସକାଳରୁ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ସ୍ଥିତ ପ୍ରସିଦ୍ଧ କ୍ୟୋଟୋ ଏନିମେଶନ୍‌ ଷ୍ଟୁଡିଓରେ ଅଜଣା ବ୍ୟକ୍ତି ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ଜଣ ଗମ୍ଭୀର ଭାବରେ ଆହତ ହୋଇଥିବାର ସୂଚନା ରହିଛି । ସକାଳ ୧୦.୩୦ ମିନିଟ୍‌ର ଏହି ଅଘଟଣ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ କିଛି ତରଳ ପଦାର୍ଥ ଜରିଆରେ ଷ୍ଟୁଡିଓରେ ନିଆଁ ଲଗାଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜାପାନର ପ୍ରସିଦ୍ଧ ଆନିମେସନ୍‌ ସିରିଜ୍‌ କେ- ଅନ୍‌, ସୁଜିମିଆ ହୁରୁହୀ, ଅ ସାଇଲେଣ୍ଟ ବୟଜ୍‌ ସମେତ ବହୁ ବଡ଼ ବଡ଼ ଆନିମେସନ୍‌ ଫିଲ୍ମ ଓ ସିରିଜ୍‌ ଏହି ଷ୍ଟୁଡିଓ ଦ୍ବାରା ନିର୍ମାଣ କରାଯାଇଛି ।

Related posts