ବେଆଇନ ହୁକ୍କା ବାର୍‌ ଉପରେ ଚଢାଉ : ଜଣେ ଅଟକ

Published: Sep 1, 2019, 9:38 am IST

ରାଉରକେଲାସ୍ଥିତ ଏନ୍‌ଆଇ୍‌ଟି କଲେଜ ପଛ ପାର୍ଶ୍ୱରେ ଥିବା ଏକ ବେଆଇନ ହୁକ୍କା ବାର୍‌ ଉପରେ ଚଢ଼ାଉ କରାଯାଇଛି । ଡିଏସ୍‌ପିଙ୍କ ନେତୃତ୍ୱରେ ସେକ୍ଟର-୩ ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ନିଶା ଦ୍ରବ୍ୟ ଜବତ କରିଛି । ଏହା ସହିତ ଜଣକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ମୁତାବକ, କଲେଜ ପଛ ପାର୍ଶ୍ୱରେ ଦୀର୍ଘ ଦିନ ଧରି ବେଆଇନ୍‌ଭାବେ ଏକ ବାର୍‌ ଖୋଲିଥିଲା ସେକ୍ଟର-୩ ଥାନା ପୋଲିସ ଖବର ପାଇ ରାତି ଅଧିଆ ଚଢ଼ାଉ କରିଥିଲା । ଏଥିରେ ଅନ୍ୟକେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।

Related posts