ଦୁଇ ସପ୍ତାହ ପଡିଆରୁ ଦୂରରେ ରହିବେ ରୋନାଲ୍ଡୋ

Published: Mar 26, 2019, 4:30 pm IST
Portugal's forward Cristiano Ronaldo injured during the Euro 2020 qualifying

ପର୍ତ୍ତୁଗାଲ୍‌ ଫୁଟ୍‌ବଲ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଆହତ ହୋଇ ଦୁଇ ସପ୍ତାହ ଫୁଟ୍‌ବଲ୍‌ରୁ ଦୂରେଇ ରହିବେ ବୋଲି ଜଣାପଡିଛି । ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟର ସର୍ବିଆ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ରାେନାଲ୍ଡୋ । ମ୍ୟାଚ୍‌ର ପ୍ରଥମ ହାଫ୍‌ରେ ଆହତ ହୋଇ ପଡିଆ ଛାଡିଥିଲେ ରୋନାଲ୍ଡୋ । ଜଂଘ ମାଂସପେଶୀ ଟାଣି ହୋଇଥିଲେ ମଧ୍ୟ ଏହା ଅଧିକ ଗମ୍ଭୀର ନୁହେଁ  ବୋଲି ଡାକ୍ତର କହିଥିବା ରୋନାଲ୍ଡାେ ନିଜର ସୋସିଆଲ ମିଡିଆ ପେଜ୍‌ରେ ସେୟାର କରିଛନ୍ତି । ରାେନାଲ୍ଡାେଙ୍କ ଆହତ ପର୍ତ୍ତୁଗାଲ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ଦଳ ଦୁଇଟି ମ୍ୟାଚ୍‌ରେ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ । ଯଦି ଆଘାତ ସମସ୍ୟା ଗୁରୁତର ହୋଇଥାନ୍ତା ତେବେ ଏହା ରୋନାଲ୍ଡୋଙ୍କ କ୍ଲବ୍‌ ଜୁଭେଣ୍ଟସ୍‌ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାନ୍ତା । ଜୁଭେଣ୍ଟସ୍‌ ଆସନ୍ତା 10 ତାରିଖରେ ଚାମ୍ପିୟନ୍ସ ଲିଗ୍‌ କ୍ବାର୍ଟର ଫାଇନାଲ୍‌ରେ ଆଜାକ୍ସ ଆମଷ୍ଟରଡାମକୁ ଭେଟିବାକୁ ଯାଉଛି ।

Related posts