ନିର୍ବାଚନ ଲଢ଼ିବେନି ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳ

Published: Mar 27, 2019, 4:20 pm IST
pravat biswal quit election

ଏଥର ନିର୍ବାଚନ ଲଢ଼ିବେନି ବିଧାୟକ ପ୍ରଭାତ ବିଶ୍ୱାଳ।  କଟକ-ଚୌଦ୍ୱାରରୁ ପ୍ରାର୍ଥୀ ନ ହେବାକୁ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି।  ସୂଚନାଯୋଗ୍ୟ ଯେ, ସି-ସୋର ଚିଟ୍‌ଫଣ୍ଡ ମାମଲାରେ ପ୍ରଭାତ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ତେବେ ଏଥର ଚିଟ୍‌ଫଣ୍ଡରେ ସମ୍ପୃକ୍ତ ଥିବା ନେତାଙ୍କୁ ବିଜେଡିରୁ ଟିକେଟ ନ ମିଳିବା ନେଇ ଚର୍ଚ୍ଚା ହେଉଥିଲା। ଏହି ତାଲିକାରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାମ ରହିଛି । ତାଙ୍କ ନାଁରେ ଚିଟ୍‌ଫଣ୍ଡ୍‌ ମାମଲା ବିଚାରଧୀନ ରହିଥିବାରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ତେବେ ତାଙ୍କ ସ୍ଥାନରେ ତାଙ୍କ ପୁତ୍ର ସୌଭିକ୍‌ ବିଶ୍ବାଳ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ରହିଛି । ସେହିପରି ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଓ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ମଧ୍ୟ ନିର୍ବାଚନରେ ଲଢିବେ ନାହିଁ ସୂଚନା ରହିଛି ।

Related posts