Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏବିଭିପି ପକ୍ଷରୁ ‘ରନ ନାଚୁଣୀ ରନ’ ମାରାଥନ ଅନୁଷ୍ଠିତ
ଆଞ୍ଚଳିକ

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏବିଭିପି ପକ୍ଷରୁ ‘ରନ ନାଚୁଣୀ ରନ’ ମାରାଥନ ଅନୁଷ୍ଠିତ

January 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ଆଜି ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ। ଦେଶ ବିଦେଶରେ ସ୍ଵାମିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ବହୁ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନାଚୁଣୀ ଶାଖା ଦ୍ୱାରା ଏକ ମିନି ମାରାଥନ ‘ରନ ନାଚୁଣୀ ରନ’ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ନାଚୁଣୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ନାଚୁଣୀ ବଜାର ଦେଇ କଉଡ଼ିଖଣି ଛକ ନିକଟରେ ସମାପ୍ତ ହୋଇଥିଲା।

ଏହି ପ୍ରରିପ୍ରେକ୍ଷୀରେ ନାଚୁଣୀସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ମୁଖ୍ୟ ବକ୍ତାରୂପେ ନାଚୁଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ସମନ୍ତସିଂହାର, ସମ୍ମାନିତ ଅତିଥି ଭାବେ ନାଚୁଣୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ସୁବୁଦ୍ଧି ଓ ଏବିଭିପି ନାଚୁଣୀ କଲେଜ କ୍ୟାମ୍ପସ ୟୁନିଟ ସଭାପତି ବିପ୍ଳବ ଗୁରୁ ଯୋଗଦେଇଥିଲେ। ଅତିଥିମାନେ ସ୍ୱାମୀ ବିବେକାନନ୍ଦ ଏବଂ ମା ସରସ୍ବତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦ୍ବୀପ ପ୍ରଜ୍ବଳନ କରିବାପରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ପରିଷଦ ଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଅତିଥିମାନେ ଯୁବ ଦିବସର ମହତ୍ୱ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଦ୍ୟାର୍ଥୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ପରି ନିଜକୁ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ।

ପରିଶେଷରେ ‘ରନ ନାଚୁଣୀ ରନ ‘ ମିନି ମାରାଥନରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପଦକ ଏବଂ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ। ଉକ୍ତ ମାରାଥନରେ ରାକେଶ କୁମାର ସାମନ୍ତରାୟ, ବାଙ୍କାନିଧି ଜେନା ଏବଂ ଅଶୋକ କୁମାର ଜଗଦ୍ଦେବ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ୟବସ୍ଥା ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ସହ ସମ୍ପାଦକ ଶୁଭମ ତ୍ରିପାଠୀ ଏବଂ ବ୍ୟବସ୍ଥା ସହ ପ୍ରମୁଖ ତଥା ବାଣପୁର-ବାଲୁଗାଁ ନଗର ପାଠ୍ୟଚକ୍ର ପ୍ରମୁଖ ଆଶାତୀତ ସାହୁ ପରିଚାଳନା କରିଥିବାବେଳେ ଯଶକେତନ ସାହୁ, ବାଦଲ ସୁବୁଦ୍ଧି, ପ୍ରଭଞ୍ଜନ ସ୍ୱାଇଁ ଏବଂ ସତ୍ୟ ନାରାୟଣ ମହାପାତ୍ର ଆଦି କାର୍ଯ୍ୟକର୍ତା ସହଯୋଗ କରିଥିଲେ। ଅନୁରୂପ ଭାବେ ଆଜି ଏବିଭିପି ଦ୍ୱାରା ବାଣପୁରରେ ନଗର ସହ ସମ୍ପାଦକ ପ୍ରିୟାଂଶୁ ପ୍ରଧାନ ଏବଂ ଗମ୍ଭାରୀମୁଣ୍ଡା ଠାରେ ନଗର ସହ ସମ୍ପାଦକ ସୌମ୍ୟରଂଜନ ସାହୁଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ ପୃଥକ ପୃଥକ ଭାବେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନାଚୁଣୀ ରାଷ୍ଟ୍ରୀୟ ଯୁବ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026

ରଙ୍କନାଥ ଦେବଙ୍କ ପୀଠରେ ହନୁମାନ ଚାଳିଶା ଯଜ୍ଞ: ମନ୍ଦିର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ଆଇନ ମନ୍ତ୍ରୀ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.