Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ମାଇନର ସ୍କୁଲର ୧୯୯୫-୯୬ ବ୍ୟାଚର ବନ୍ଧୁମିଳନ
ଆଞ୍ଚଳିକ

ବାଣପୁର ମାଇନର ସ୍କୁଲର ୧୯୯୫-୯୬ ବ୍ୟାଚର ବନ୍ଧୁମିଳନ

February 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଖ୍ୟାତିସମ୍ପର୍ଣ୍ଣ ସର୍ବପୁରାତନ ସ୍କୁଲ ବାଣପୁର ମାଇନର ସ୍କୁଲର ୧୯୯୫-୯୬ ମସିହାର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ଏକ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶାର ପ୍ରଖ୍ୟାତ କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଉଚ୍ଚତ୍ତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ତଦନାନ୍ତନ ପ୍ରଧାନଶିକ୍ଷକ ବ୍ରଜସୁନ୍ଦର ମହାପାତ୍ର, ସହକାରୀ ଶିକ୍ଷକ ତ୍ରିନାଥ ପ୍ରଧାନ, ଶିବପ୍ରସାଦ ମିଶ୍ର, ବାଳମୁକନ୍ଦ ଦାସ ଓ ଶିକ୍ଷୟିତ୍ରୀ ସୁଜାତା ପାତ୍ରଙ୍କୁ ଯଥୋଚିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ପୁରାତନ ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର ସ୍ବାଗତ ଭାଷଣଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରି ଏପରି ବନ୍ଧୁମିଳନରେ ଗୁରୂପୁଜନ ପରମ୍ପରା ସଦାସର୍ବଦା ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଦିବଂଗତ ଶିକ୍ଷକ କାହ୍ନୁଚରଣ ରାୟ ଓ ଜ୍ୟୋତିର୍ମୟୀ ମହାନ୍ତିଙ୍କ ଆତ୍ମାର ସଦ୍ଗତି ପ୍ରାର୍ଥନା ପରେ ପୁରାତନ ଛାତ୍ର ଜାନକୀ ବଲ୍ଲଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଛାତ୍ର ଲକ୍ଷ୍ମୀକାନ୍ତ ମିଶ୍ର, ହରିହର ସୁବୁଦ୍ଧି, ଶେଖ୍ ହୁସେନ, ସୁଶାନ୍ତ ସାହୁ ଓ ରେଣୁବାଳା ଦାସଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ସହ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସାଧାରଣତଃ କଲେଜ ଓ ମ୍ୟାଟ୍ରିକସ୍ତରରେ ବନ୍ଧୁମିଳନ ଦେଖିବାକୁ ମିଳୁଥିବା ବେଳେ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ବାଣପୁରରେ ପ୍ରଥମତଃ ଅନୁଷ୍ଠିତ ହୋଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଥିଲେ।

ବନ୍ଧୁମିଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବିଲ୍ଡିଂ ମାନ୍ୟତା: ଦେଶର ପ୍ରଥମ ଲୋକଭବନ ହେବାର ଗୌରବ

September 1, 2026

ଛତିଶଗଡ଼ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ହେବେ ଓଡ଼ିଶାର ଜଷ୍ଟିସ କୃଷ୍ଣରାମ ମହାପାତ୍ର

September 1, 2026

ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ସେପ୍ଟେମ୍ବର ୮ରୁ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ

September 1, 2026

ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୨ ମୃତ

September 1, 2026

ପଦତ୍ୟାଗ କଲେ ଆମେରିକୀୟ ସେନା ସଚିବ ଡାନ ଡ୍ରିସକୋଲ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.