Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଊମାମହେଶ୍ଵର ବଣିକ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ: ଭାଗ୍ୟଶାଳୀ ବିଜେତାମାନଙ୍କୁ ମିଳିଲା ଆକର୍ଷଣୀୟ ପୁରଷ୍କାର
ଆଞ୍ଚଳିକ

ଊମାମହେଶ୍ଵର ବଣିକ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ: ଭାଗ୍ୟଶାଳୀ ବିଜେତାମାନଙ୍କୁ ମିଳିଲା ଆକର୍ଷଣୀୟ ପୁରଷ୍କାର

February 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀ ଶ୍ରୀ ଊମାମହେଶ୍ଵର ବଣିକ ସଂଘ, ବାଲୁଗାଁର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ସଂଘ ସଭ୍ୟମାନଙ୍କ ଉପସ୍ଥିତିରେ କୁପନର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ପ୍ରିୟ ଗ୍ରାହକମାନଙ୍କୁ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଛି।  ପ୍ରଥମ ଭାଗ୍ୟଶାଳୀ ବିଜେତା ଭାବେ ସାମନ୍ତରାପୁରର ନିହାର ରଂଜନ ସାମନ୍ତରାୟଙ୍କୁ ବଜାଜ ପ୍ଳାଟିନା ମୋଟର ସାଇକେଲ ପୁରସ୍କାର ପ୍ରଦାନ କରାଯାଇଥିବା ବେଳ ଦ୍ବିତୀୟ ବିଜେତା ଭାବେ ବେଲପଡାର କାର୍ତ୍ତିକ ମହାରଣାଙ୍କୁ ୪୩ ଇଞ୍ଚ ସାମସଙ୍ଗ ଏଲ.ଇ.ଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତୃତୀୟ ବିଜେତା ଭାବେ ଘୁମୁସରପଦରର ମଂଜୁଲତା ରାଉତଙ୍କୁ ଭୋଲଟାସ ଡବଲଡୋର ୧୬୫ ଲିଟର ଫ୍ରିଜ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏତଦବ୍ୟତୀତ ୧୯୧ ଟି ସାନ୍ତ୍ଵନାମୂଳକ ପୁରସ୍କାର ମିଲଟନ ହଟକେସର ଉଠାଣ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଡିପିଓ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସଙ୍ଘର ସଭାପତି ରବିନାରାୟଣ ନାୟକ, ଉପସଭାପତି ସେଖ ଗନିଫ୍, ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ଅଧ୍ୟକ୍ଷ ଧୀରେନ୍ଦ୍ରନାଥ ପାତ୍ର, ସଂପାଦକ ସରୋଜ କୁମାର ପାତ୍ର, ସହସଂପାଦକ ପ୍ରଦୀପ କୁମାର ସ୍ବାଇଁ ଓ ମନୋଜ କୁମାର ପାତ୍ର ପ୍ରଭୃତି କର୍ମକର୍ତ୍ତାଙ୍କ ସହିତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ହିମାଂଶୁ କୁମାର ପାତ୍ର, ନୃସିଂହ ପ୍ରସାଦ ସେନାପତି, ସନ୍ଦୀପ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ସରୋଜ କୁମାର ଦାସ ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.