Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହାମାରୀ ନିୟମ ଉପରେ ସାଦେଇପୁର ଠାରେ ଆଇନ ସଚେତନତା ଶିବିର
ଆଞ୍ଚଳିକ

ମହାମାରୀ ନିୟମ ଉପରେ ସାଦେଇପୁର ଠାରେ ଆଇନ ସଚେତନତା ଶିବିର

February 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅଧିନସ୍ଥ ସାଦେଇପୁର ଗ୍ରାମପଞ୍ଚାୟତ ଅଫିସ୍ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମହାମାରୀ ନିୟମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ଶ୍ରୀ କମଳାକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ବୃଦ୍ଧ ବନିତା ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଡମ୍ବରୁଧର ବେହେରା, ଉପ-ଥାନାଅଧିକାରୀ ବାୟାମହମ୍ମଦ ଏବଂ ପାରାଲିଗାଲ ସ୍ୱେଚ୍ଛାସେବୀ କ୍ଷୀରୋଦ କୁମାର ଦାଶ, ମନୋଜ କୁମାର ସ୍ବାଇଁ, ଶୁଭଲକ୍ଷ୍ମୀ ନାୟକ ଉପସ୍ଥିତ ଥିଲେ। ପ୍ରାଧିକରଣର ସଚିବ ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ମହାମାରୀ ଅଧିନିୟମ ୧୮୯୭ ଓ ୨୦୨୦ ଏବଂ ଆମ ରାଜ୍ୟ ସରକାରଙ୍କ ଥିବା ତତ୍ ସଲଗ୍ନ ବିଭିନ୍ନ ନିୟମାବଳୀ ଆଦି ବିଷୟରେ ଆଲୋଚନା କରିଥିଲେ। କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହାତ ସାବୁନରେ ବାରମ୍ବାର ଧୋଇବା, ଘର ବାହାରକୁ ଯିବାବେଳେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଇତ୍ଯାଦି ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇବା ସହ ମାସ୍କ୍ ବଣ୍ଟନ କରିଥିଲେ।

ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଆଇନ ତଥା ଭରଣପୋଷଣ ଆଇନ, ଘରୋଇ ହିଂସା ନିରୋଧ ଆଇନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର କାର୍ଯ୍ୟ ମୁଖ୍ୟତଃ ଆଇନ୍ ସେବା, ଆଇନ୍ ପରାମର୍ଶ ଓ ଓଡ଼ିଶା ସରକାରଙ୍କ ପୀଡିତା ମାନଙ୍କ ପାଇଁ ଥିବା କ୍ଷତିପୂରଣ ଅଧିନିୟମ ୨୦୧୮ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା।

ସଭାରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସଭା ଶେଷରେ ପଞ୍ଚାୟତର ସରପଞ୍ଚ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରଘୁନାଥପୁର ବ୍ଲକ ସଚେତନତା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026

କଳା ବଜାର ଏବଂ ଭଣ୍ଡାରଣ ବିରୁଦ୍ଧରେ କାର୍ଯ୍ୟକାରୀ ଅଭିଯାନ ଜାରି

March 28, 2026

ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ଭଣ୍ଡ ବାବାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

March 28, 2026

ରାୟଗଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମେଗା ଫୁଡ ପାର୍କ ସ୍ଥାପନ କେନ୍ଦ୍ର ସରକାରଙ୍କ ମଞ୍ଜୁରି

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.