ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳନ

Published: Sep 6, 2021, 7:57 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ ହସ୍ପିଟାଲରେ ସୋମବାର ଗୁରୁଦିବସ ପାଳନ କରାଯାଇଅଛି। ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡ. ସର୍ବପଲ୍ଲି ରାଧାକ୍ରିଷ୍ଣଙ୍କ ସ୍ମୃତିଚାରଣରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା।

ଗୁରୁକୁଳ ପରମ୍ପରାର ଆଦର୍ଶ ଓ ମହାନତାକୁ ଆଖିରେ ରଖି ଛାତ୍ର ଓ ଗୁରୁଙ୍କ ମଧ୍ୟରେ କିପରି ପବିତ୍ର ସମ୍ପର୍କ ରହିବ ଏବଂ ଛାତ୍ରଛାତ୍ରିମାନେ କିପରି ଅଗାଧ ଜ୍ଞାନରୂପ ଅଧିକାରି ହେବେ ଏହା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଅନୁଷ୍ଠାନର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରାରମ୍ଭିକ ସୂଚନା ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ପ୍ରଫେସର ଡ. ସୁରେଶ୍ୱର ମହାନ୍ତି, ପ୍ରଫେସର ଡ. ତ୍ରିଲୋଚନ ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ଗୁରୁ ଓ ଶିସ୍ୟଙ୍କ ମହାନତା ଉପରେ ଆଲୋକପାତ କରିଥିଲେ।

ଏ ବର୍ଷର ଥିମ୍ ଥିଲା “ଗବେଷଣା ଏବଂ ତାର ପ୍ରସାରଣ’। ଏହି ଉତ୍ସବରେ କୃତିସଫଳ ୧୦ ଜଣ ଗବେଷକଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସାତ ଜଣ ଗ୍ରାଜୁଏଟ୍ ଛାତ୍ର, ଆଠଜଣ ପୋଷ୍ଟ ଗ୍ରାଜୁଏଟ୍‌, ଦୁଇଜଣ ଡିଏମଓ ଏମ.ସି.ଏଚ ବିଦ୍ୟାର୍ଥି ଓ ବାରଜଣ ଚିକିତ୍ସାବିଦ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ନୂତନ ଭାବେ ଯୋଗଦାନ କରିଥିବା ଚାରିଜଣ ପ୍ରଫେସରଙ୍କୁ ସ୍ୱାଗତ କରାଯାଇଥିଲା।

ଶେଷରେ ଅନୁଷ୍ଠାନର ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ଅନୁଯାୟୀ ୩୦ ଜଣ ଫାକଲଟି ଉପସ୍ଥିତ ଥିବାବେଳେ ଅନ୍ୟାନ୍ୟ ସମସ୍ତେ ଭର୍ଚୁଆଲରେ ଥିଲେ।

Related posts