Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ପ୍ରଶାସନର ନିଦ ଭାଙ୍ଗିବ କେବେ?
ଆଞ୍ଚଳିକ

ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ପ୍ରଶାସନର ନିଦ ଭାଙ୍ଗିବ କେବେ?

September 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ବୋଲାଉଥିବାବେଳେ ଜିଲ୍ଲାର ଶେଷସୀମାରେ ଅବସ୍ଥିତ ବାଣପୁର ସତେ ଯେମିତି ଜିଲ୍ଲାର ଗୁରୁତ୍ୱପୂର୍ଣ ଅଙ୍ଗ ରୂପେ ପରିଗଣିତ ନହେଲା ପରି ଲାଗୁଛି। ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏକାଧିକ ଗମ୍ଭୀର ସମସ୍ୟା ଲାଗିରହିଥିଲେ ସୁଦ୍ଧା ସତେ ଯେମିତି ପ୍ରଶାସନ ଏହାକୁ ଦେଖି ଆଖି ବୁଜିଦେଇଛି।

ବାଣପୁରରେ ଜିଲ୍ଲା ତଥା ରାଜ୍ୟର ବୃହତ ଡ୍ୟାମ ଶାଳିଆ ଡ୍ୟାମ ଅବସ୍ଥିତ ହୋଇଥିବାବେଳେ ଏଥି ନିମନ୍ତେ ଶାଳିଆ ଜଳସେଚନ ବିଭାଗ କାମ କରୁଛି। ବନ୍ୟା ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କେନାଲ ନିର୍ମାଣ କରାଯାଇଥିବାବେଳେ ବର୍ତ୍ତମାନ ପୂର୍ତ୍ତବିଭାଗ ଅଧୀନରେ ଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଛି। ନନ୍ଦପୁର ଛକ ଠାରୁ ମେଘାମ୍ବରୀ ମନ୍ଦିର ନିକଟସ୍ଥ ଟୀକା କେନ୍ଦ୍ର ଯାଏଁ ମୁଖ୍ୟ ରାସ୍ତାରେ ଉକ୍ତ କେନାଲ ପାଣି ପ୍ରବାହିତ ହେବା ଯୋଗୁଁ ହଜାର ହଜାର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ମୁତାବକ ଦୀର୍ଘ ଚାରି ଦିନ ଲଗାଣ ବର୍ଷା ହେବା ଫଳରେ ଶାଳିଆ ନଦୀରୁ ଆସୁଥିବା ବନ୍ୟାଜଳ ନିଷ୍କାସନ ପାଇଁ କେନାଲ ମଧ୍ୟକୁ ପ୍ରବାହିତ ହୋଇ ବର୍ତ୍ତମାନ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଜମା ହେଉଛି। ତେବେ ଏ ସମସ୍ୟା ଆଜିର ନୁହଁ। ଦୀର୍ଘ ୧୫ ବର୍ଷ ହେଲା ଉକ୍ତ ରାସ୍ତାରେ ଏହିପରି ସମସ୍ୟା ଲାଗିରହିଛି। ପାଖାପାଖି ୩ ଫୁଟ ପାଣି ଉକ୍ତ ରାସ୍ତାରେ ଲହଡି ମାରୁଛି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜଳସେଚନ ବିଭାଗର ନିଷ୍କ୍ରିୟତା ଲାଗି ଏପରି ସମସ୍ୟା ପ୍ରତିବର୍ଷ ହେଉଥିବାର ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି।

ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଓ ଜନସାଧାରଣ ମାନେ ବାଣପୁର ଏବଂ ବାଲୁଗାଁକୁ ଯାତାୟାତ କରିଥାନ୍ତି। ତେବେ ଜଳ ଜମିବା ଯୋଗୁଁ ଉକ୍ତ ରାସ୍ତାଟି ଏକ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଯାହାଫଳରେ ଏକାଧିକ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏପରିକି ମେଘାମ୍ବରୀ ମନ୍ଦିର ନିକଟରେ ଥିବା ଟୀକାକେନ୍ଦ୍ର ଭିତରେ ମଧ୍ୟ କେନାଲ ପାଣି ପଶିଯାଇଛି। ଯାହାଫଳରେ ଟୀକାଦାନ ବାଧାପ୍ରାପ୍ତ ହେଉଛି।

ତେବେ ଏ ନେଇ ଶାଳିଆ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ଵାଲା ରାଜୁଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ଦୀର୍ଘ ୧୩ ବର୍ଷ ହେଲା ଲାଗିରହିଥିବାର କହିଛନ୍ତି। ଏବଂ ସରକାରୀ ନାଳ ନର୍ଦମାଗୁଡିକୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଜୋର ଜବରଦସ୍ତ ମାଡିବସିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ସେ କହିଛନ୍ତି।

ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଳ ନିଷ୍କାସନ ପାଇଁ ମେଘାମ୍ବରୀ ମନ୍ଦିର ନିକଟରେ ଏକ ଶଙ୍ଖ ନିର୍ମାଣ କରାଯାଇଥିବାବେଳେ ତାହାର ଉଚ୍ଚତା କମ ଥିବାରୁ ନଦୀ ଜଳ ରାସ୍ତା ଉପରକୁ ପ୍ରବାହିତ ହେଉଛି। ତେବେ ଯଦି ଆଉ ଦୁଇଟି ନୂତନ ବ୍ରିଜ ତିଆରି ହେବ ତେବେ ଏ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଛନ୍ତି। ଅପରପକ୍ଷରେ ଜଳସେଚନ ବିଭାଗ ଦ୍ୱାରା ଜଳ ନିଷ୍କାସନ ପାଇଁ ସବୁପ୍ରକାର ଉଦ୍ୟମ କରାଯାଇଥିବାବେଳେ ତାହା ଏକରକମ ଫେଲ ମାରିଛି।

ତେବେ ଏ ନେଇ ଜଳସେଚନ ବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ସୁବ୍ରତ ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ ଉକ୍ତ ସମସ୍ୟା ବିଷୟରେ ଅବଗତ ଥିବାର କହିଛନ୍ତି ଏବଂ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି। ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ନାୟକଙ୍କୁ ପଚାରିବାରୁ ଆଗକୁ ଏଥିନିମନ୍ତେ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି। ବାଣପୁର ତହସିଲଦାରଙ୍କୁ ଏ ନେଇ ପଚାରିବାରୁ ସେ ଏହାଉପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିବାର ସୂଚନା ଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଯଦି ଜଳସେଚନ ବିଭାଗ ଅବଗତ ଅଛି ଯେ, ସରକାରୀ ଜାଗା ସ୍ଥାନୀୟ ବାସିନ୍ଦାମାନେ ଜବରଦଖଲ କରିଛନ୍ତି, ତେବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଉନାହିଁ। କଣ ପାଇଁ ଏତେ ବର୍ଷ ହେଲା ଚୁପ ବସିଛି ଜଳସେଚନ ବିଭାଗ। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ ଏଥିରେ ବଳି ପଡୁଛନ୍ତି ନିରୀହ ଜନସାଧାରଣ।

ଯଦି ତୁରନ୍ତ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯାଏ ତେବେ ଜନସାଧାରଣ ଆନ୍ଦୋଳନପାଇଁ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଭାବେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆସନ୍ତାକାଲି ମେଘାମ୍ବରୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଟୀକାକରଣ ବ୍ୟବସ୍ଥା କରାଯାଇଥିବାବେଳେ ଜଳବନ୍ଦୀ ଲାଗି ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ଜିଲ୍ଲା ବନ୍ୟା ଜଳ ନିଷ୍କାସନ ବାଣପୁର ବାଲୁଗାଁ ଶାଳିଆ ଡ୍ୟାମ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.