Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ପଞ୍ଚାୟତ ନିର୍ବାଚନ ମୈଦାନରେ ଯୁବ ସାମ୍ବାଦିକ ଅଜିତ୍, ଶାସକ ଓ ବିରୋଧୀଙ୍କୁ ଦେଉଛନ୍ତି ଟକ୍କର
ଆଞ୍ଚଳିକ

ଚିଲିକା: ପଞ୍ଚାୟତ ନିର୍ବାଚନ ମୈଦାନରେ ଯୁବ ସାମ୍ବାଦିକ ଅଜିତ୍, ଶାସକ ଓ ବିରୋଧୀଙ୍କୁ ଦେଉଛନ୍ତି ଟକ୍କର

February 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ତୃତୀୟ ଚରଣ ନିର୍ବାଚନ ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ବେଳେ ଉକ୍ତ ବ୍ଲକର ଅଠରବାଟିଆ ପଞ୍ଚାୟତ ବର୍ତ୍ତମାନ ଚର୍ଚ୍ଚାରେ ଅଛି।  ଦେଖିବାକୁ ଗଲେ ୧୧ ୱାର୍ଡ ବିଶିଷ୍ଟ ଉକ୍ତ ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୬ ହଜାର ୪୦୦ ଅଟେ। ଚଳିତ ସରପଞ୍ଚ ପଦବୀ ପାଇଁ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସବୁଠାରୁ ଉଚ୍ଚଶିକ୍ଷିତ ଏବଂ ରାଜନୀତିରେ ନବାଗତ ପ୍ରାର୍ଥୀ ହେଉଛନ୍ତି ଅଜିତ କୁମାର ସାହୁ।

ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଏହି ଯୁବ ସାମ୍ବାଦିକ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ନିଜ ପଞ୍ଚାୟତକୁ ସରସ ସୁନ୍ଦର କରିବା ପାଇଁ। ଚଳିତ ବର୍ଷ ସାରା ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ଯୁବପିଢ଼ି ଏବଂ ସାମ୍ବାଦିକମାନେ ପଞ୍ଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ଜନସାଧାରଣଙ୍କ ସମର୍ଥନ ମଧ୍ୟ ସେମାନଙ୍କୁ ମିଳୁଥିବାର ଦେଖାଯାଉଛି।

ତେବେ ଅଜିତ ଦୀର୍ଘ ବର୍ଷ ଧରି ରାଜ୍ୟର ଦୈନିକ ଲୋକପ୍ରିୟ ଖବରକାଗଜ ‘ପ୍ରମେୟ’ ର ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି। ସାମ୍ବାଦିକତାକୁ ନିଶା ଏବଂ ପେସା ଭାବେ ଆପଣେଇଥିବା ଉକ୍ତ ଯୁବକ ନିରନ୍ତର ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟକୁ ପହଞ୍ଚାଉଥିବା ବେଳେ ବହୁ ଜନସାଧାରଣ ଏହା ଦ୍ୱାରା ଉପକୃତ ମଧ୍ୟ ହେଉଥିବାର ଦେଖାଯାଉଛି।

ଅଜିତ ଏକ ସାଧାରଣ ପରିବାରରୁ ଆସିଥିବା ବେଳେ ସାମ୍ପ୍ରତିକ ବ୍ୟୟବହୁଳ ନିର୍ବାଚନ ପ୍ରକ୍ରିୟା ଉପରେ ଅଶା ନକରି ‘ଏକଲା ଚଲୋ’ ନାରାରେ କାର୍ଯ୍ୟ କରୁଥୁବାର ଦେଖାଯାଇଛି। ପ୍ରତ୍ୟେକ ଦିନ ଅଜିତ ପଞ୍ଚାୟତର ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିବାର ଦେଖାଯାଇଛି। ଯେଉଁଠି ଉଭୟ ଶାସକ ଏବଂ ବିରୋଧୀ ଦଳ ସମର୍ଥିତ ପ୍ରାର୍ଥୀମାନେ ଅର୍ଥବଳ ଏବଂ ବାହୁବଳ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଆପ୍ରାଣ ଉଦ୍ୟମ ଜାରିରଖିଛନ୍ତି, ସେଠାରେ ଅଠରବାଟିଆ ପଞ୍ଚାୟତର ବିକାଶ ନିମନ୍ତେ ଅଜିତ ଏକାକି ନିଜର ନିର୍ବାଚନୀ ଚି଼ହ୍ନ ‘ଖୋଲାବହି’ ରେ ଭୋଟ ଦେବା ପାଇଁ ଭୋଟରଙ୍କ ନିକଟକୁ ଯାଉଛନ୍ତି।

ଜନତାଙ୍କୁ ମିଛ ପ୍ରତିଶୃତି ଦେବା ବଦଳରେ ପ୍ରଚାର ପାଇଁ ବୁଲିବା ସମୟରେ ଯେଉଁଠି ଯାହା ସମସ୍ୟା ଦେଖୁଛନ୍ତି ସଂଗେସଂଗେ ଏକ ଡ଼ାଇରୀରେ ତାହାକୁ ଉତ୍ତାରୁଛନ୍ତି।  ଅଜିତଙ୍କ କହିବା କଥା ‘ମୁଁ ପ୍ରତିଦିନ ବିଭିନ୍ନ ଗ୍ରାମ ବୁଲୁଛି, କିନ୍ତୁ ଦୁଃଖର ବିଷୟ ଏଯାବତ ଆମ ପଞ୍ଚାୟତରେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ, ଯାହା ଆଜି ପର୍ଯ୍ୟନ୍ତ ଜନସାଧାରଣ ପାଇପାରିଲେନି।

ସେହିପରି ଭାବେ ଆବାସ ଯୋଜନା, ଭତ୍ତା, ରାସନ କାର୍ଡ ଆଦିରେ ବ୍ୟାପକ ଅନିୟମିତତା ହୋଇଛି। ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଛନ୍ତି। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଉଦାହରଣ ସ୍ୱରୂପ ଚନ୍ଦ୍ରାପୁଟ ଗ୍ରାମ। ପଞ୍ଚାୟତରେ ଆଲୋକିକରଣ ଫେଲ ମାରିଛି। ପଞ୍ଚାୟତରେ ରୋଜଗାର ଅଭାବରୁ ଅଧା ଜନସାଧାରଣ ଦାଦନ ଖଟୁଛନ୍ତି ଆଉ ଅଧା ମାଛ ମାରି ଚଳନ୍ତି।

ତେବେ ମୁଁ ଜିତେ ଅବା ହାରେ ନିର୍ବାଚନ ଶେଷ ହେବା ପରେ ନିଶ୍ଚିତ ଉକ୍ତ ସମସ୍ୟାଗୁଡିକର ସମାଧାନ କରିବା ଦିଗରେ କାମ କରିବି ଯାହାଦ୍ୱାରା ଆମ ପଞ୍ଚାୟତବାସି ଏକ ଉନ୍ନତ ଜୀବନଯାପନ କରିପାରିବେ। ଅନୁରୂପ ଭାବେ ପଞ୍ଚାୟତ ବାସି କୌଣସି ପ୍ରଲୋଭନର ଶିକାର ନହୋଇ ଏପରି ଏକ ଉଚ୍ଚ ଶିକ୍ଷିତ ଯୁବ ସାମ୍ବାଦିକଙ୍କୁ ନିଜର ବହୁମୂଲ୍ୟ ଭୋଟ ଦେଲେ ନିଶ୍ଚିତ ପଞ୍ଚାୟତ ଉନ୍ନତିର ଶିଖର ଛୁଇଁବ ବୋଲି ଆଲୋଚନା ଜୋର ଧରିଛି।

ଚିଲିକା ପଞ୍ଚାୟତ ନିର୍ବାଚନ ଯୁବ ସାମ୍ବାଦିକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.