Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଇନ୍‌ର କାଠଗଡ଼ାରେ ପଧାନସାହି ଗ୍ରାମ ପଞ୍ଚାୟତ
ଆଞ୍ଚଳିକ

ଆଇନ୍‌ର କାଠଗଡ଼ାରେ ପଧାନସାହି ଗ୍ରାମ ପଞ୍ଚାୟତ

March 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 
ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

ଭୁବନେଶ୍ୱର: ୧୯୯୭ ମସିହା ଠାରୁ ଆଜକୁ ୨୫ବର୍ଷରୁ ଉର୍ଦ୍ଧ୍ୱ ହେବ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଜଟଣୀ ବ୍ଲକ ଅନ୍ତର୍ଗତ ପଧାନସାହି ଗ୍ରାମପଞ୍ଚାୟତରେ କେବଳ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍ ଦେଇ ବାକି ସମସ୍ତ ବର୍ଗଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ରହି ଆସୁଥିଲା। କିନ୍ତୁ ଦୁଃଖର ବିଷୟ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପବ୍ଲିକେଶନ ନୋଟିଫିକେଶନରେ ପଧାନସାହି ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ନିମନ୍ତେ ଅନୁସୂଚିତ ଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହିଥିଲା।

ଉଚ୍ଚତମ ନ୍ୟାୟାଳୟ କଟକଙ୍କ ଆଦେଶ ଅନୁଯାୟୀ କେବଳ ପଛୁଆବର୍ଗଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନରେ ବାଦ୍ ଦେବା ପାଇଁ ଆଦେଶ ଥିଲେ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ବେଖାତିର କରି ଦ୍ୱିତୀୟ ପର୍ଯ୍ୟାୟରେ ଜଟଣୀ ବ୍ଲକ ଅଧିନରେ ଥିବା ୧୫ଟି ପଞ୍ଚାୟତରେ କୌଣସି ସ୍ଥାନ ସଂରକ୍ଷଣ ପରିବର୍ତ୍ତନ କରିନଥିବା ବେଳେ କେବେଳ ଏକମାତ୍ର ସରପଞ୍ଚ ପଦବୀ ନିମନ୍ତେ ପଧାନସାହି ପଞ୍ଚାୟତରେ ତପସିଲଭୁକ୍ତ ଶ୍ରେଣୀକୁ ବାଦ୍ ଦେଇ ଉକ୍ତ ସ୍ଥାନରେ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କରିଥିଲେ। ଯାହା ଉକ୍ତ ସାମ୍ବିଧାନିକ ଅଧିକାର ପାଇବା ପାଇଁ ସାମାଜିକ କର୍ମୀ ସୁରେନ୍ଦ୍ର ଭଞ୍ଜ ଜିଲ୍ଲା ପ୍ରଶାସନର କାର୍ଯ୍ୟାଳୟ ଆଗରେ ଉକ୍ତ ଘଟଣାବଳୀକୁ ନେଇ ଧାରଣା ଓ ପ୍ରତିବାଦ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ।

କିନ୍ତୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ରାଜନେତାଙ୍କ ଚାପରେ ପ୍ରଭାବିତ ହୋଇ ପଧାନସାହି ଗ୍ରାମ ପଞ୍ଚାୟତର ସମସ୍ତ ତଫସିଲଭୁକ୍ତ ଶ୍ରେଣୀକୁ ଅଣଦେଖା କରି ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ମାନସିକ ଆଘାତ ପହଞ୍ଚାଇଥିଲେ। ତେଣୁ ଉକ୍ତ ଘଟଣାବଳୀକୁ ନେଇ ଶ୍ରୀ ଭଞ୍ଜ ମାନନୀୟ ଉଚ୍ଚତମ ନ୍ୟାୟାଳୟ କଟକଙ୍କ ଅଦାଲତର ଦ୍ୱାରସ୍ଥ ହୋଇ କେସ୍ ନଂ-ଡବ୍ଲୁ.ପି.(ସି) ନଂ-୧୨୬୯/୨୦୨୨ରେ ମାମଲା ରୁଜୁ କରିଥିଲେ।

ଉକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟ ଜିଲ୍ଲା ପ୍ରଶାସନକୁ ଏହି ଘଟଣାର ପୁର୍ନବିଚାର କରିବା ସହିତ ସାମ୍ବିଧାନିକ ଓ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଏବଂ ଉକ୍ତ ଘଟଣାରେ ଆବେଦନକାରୀ ଚାହିଁଲେ ଉପରିସ୍ଥ ଅଦଲାତର ଆଶ୍ରୟ ନେଇପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।

ଶ୍ରୀଯୁକ୍ତ ଭଞ୍ଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ନିଶ୍ଚିତ ପଧାନସାହି ଗ୍ରାମ ପଞ୍ଚାୟତ ତଫସିଲଭୁକ୍ତ ଶ୍ରେଣୀର ଲୋକମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ମିଳିବା ସହିତ ଯେଉଁମାନେ ସାମାଜିକ, ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଅଛନ୍ତି, ସେମାନଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଶ୍ରୀଯୁକ୍ତ ଭଞ୍ଜ ଆଶାପ୍ରକଟ କରିଛନ୍ତି।

ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

‘ସାହିତ୍ୟ ସଂସ୍କୃତି ସମାରୋହ’ ଅନୁଷ୍ଠାନର ଷଷ୍ଠ ବାର୍ଷିକୋତ୍ସବ

September 28, 2026

ୟୁପିଆଇ କାରବାରରେ ୦.୪% MDR ଶୁଳ୍କକୁ ଚ୍ୟାଲେଞ୍ଜ୍: ସୁପ୍ରିମକୋର୍ଟରେ ଆଜି ଶୁଣାଣି

September 28, 2026

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

September 28, 2026

ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ

September 28, 2026

ଏକ ହଜାର କୋଟିର ନିବେଶ ପାଇଁ ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.