Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ନିର୍ବାଚନ: ସମସ୍ୟା ଅନେକ, ସମାଧାନ ପାଇଁ କାହାକୁ ଭରଷାକୁ ନେବେ ଜନତା?
ଆଞ୍ଚଳିକ

ବାଣପୁର ଏନଏସି ନିର୍ବାଚନ: ସମସ୍ୟା ଅନେକ, ସମାଧାନ ପାଇଁ କାହାକୁ ଭରଷାକୁ ନେବେ ଜନତା?

March 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଗଠନ କୁ ୪୯ ବର୍ଷ ପୂରିଯାଇଥିଲେ ସୁଦ୍ଧା ଆଜିବି ସହରର ସ୍ଥିତି ସୁଧୁରିନି। ମାଳ ମାଳ ସମସ୍ୟାରେ ବୁଡ଼ି ରହିଛି ଐତିହାସିକ ସହର ବାଣପୁର। ପୌର ନିର୍ବାଚନ ମାର୍ଚ୍ଚ ୨୪ ତାରିଖକୁ ଥିବା ବେଳେ ଭୋଟରଙ୍କ ଆଗରେ ପ୍ରାର୍ଥୀମାନେ ବଡ଼ ବଡ଼ ପ୍ରତିଶ୍ରୁତି ରଖୁଥିବା ଦେଖାଯାଉଛି। ପ୍ରତ୍ୟେକ ନିର୍ବାଚନରେ ସମାନ ପ୍ରତିଶ୍ରୁତି ଦେଉଥିବା ବେଳେ ସମସ୍ୟା ସମାଧାନ କରିବାକୁ କୌଣସି ନେତାଙ୍କର ଇଚ୍ଛା ଶକ୍ତି ଥିବା ଭଳି ମନେ ହେଉନାହିଁ। ନିର୍ବାଚନ ସମୟରେ ପରସ୍ପର ଉପରେ ଅଭିଯୋଗ କରିବା ରାଜନୈତିକ ଦଳର ନେତାମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଛି। କିନ୍ତୁ ଏଥର ଜନତା ଜାଗ୍ରତ ହୋଇଥିବା ଜଣାପଡିଛି। ମୌଳିକ ସମସ୍ୟା ପୂରଣ ହେଇପାରୁନଥିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ସେଥିପାଇଁ ଚଳିତ ପୌର ନିର୍ବାଚନରେ ପ୍ରାର୍ଥୀଙ୍କୁ ଜନତା ପ୍ରଶ୍ନ ପଚାରିବା ଆରମ୍ଭ କରିସାରିଲେଣି। ସହରର ମୁଖ୍ୟ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା ଯାହାକି କାହାରି ଆଖିରେ ପଡୁନାହିଁ। ଅସରାଏ ବର୍ଷା ହେଲେ ସହର କୃତିମ ହ୍ରଦ ପାଲଟୁଛି। ଚଳିତ ପୌର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଡ୍ରେନେଜ ସମସ୍ୟା ହେବ ବୋଲି ଭୋଟରମାନେ କହୁଥିବାର ଦେଖାଯାଇଛି।

ସହରରେ ଶୌଚାଳୟ, ମେଡିକାଲରେ ଉନ୍ନତ ଚିକିତ୍ସା, ଉନ୍ନତ ରାସ୍ତା, ଆଲୋକୀକରଣ, ପାର୍କ, ବସ ଷ୍ଟାଣ୍ଡ, ୱାକିଙ୍ଗ ଟ୍ରାକ, ମୁକ୍ତାକାଶ ବ୍ୟୟାମ କେନ୍ଦ୍ରର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିବା ବେଳେ ଦୀର୍ଘ ବର୍ଷ ହେଲା ଏ ସବୁ ସୁବିଧା କଣ ପାଇଁ ଉପଲବ୍ଧ କରାଯାଇନାହିଁ ବୋଲି ପ୍ରାର୍ଥୀଙ୍କୁ ଓଲଟା ଭୋଟର ପ୍ରଶ୍ନ ପଚାରୁଥିବା ଦେଖାଯାଉଛି।

ମା’ ଭଗବତୀ ମନ୍ଦିର ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏହାର ଅନୁସାଙ୍ଗିକ ବିକାଶ ମଧ୍ୟ ଏକ ମୁଖ୍ୟ ପ୍ରସଙ୍ଗ ରହିଛି। ତେବେ ଚଳିତ ପୌର ନିର୍ବାଚନରେ ବାଣପୁର ସହର ବାସିନ୍ଦା ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ସହିତ ଏକ ଶାନ୍ତିପ୍ରିୟ ସରକାର ଚାହୁଁଥିବା ସ୍ପଷ୍ଟ ବାରି ହେଉଛି।

ବାରମ୍ବାର ଭୋଟରମାନେ ଠକାମିର ଶିକାର ହୋଇଥିବା ବେଳେ ଏଥର କିନ୍ତୁ ବୁଝିବିଚାରି ସଠିକ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ରୂପେ ଚୟନ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ସୂଚନା ଥାଉକି ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି।

ଏନଏସି ନିର୍ବାଚନ ପୌର ନିର୍ବାଚନ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

କମିଶନରେଟ୍ ପୁଲିସ୍‌ ହାତରେ ୫ କୋଟି ଠକେଇର ମୋଷ୍ଟ ୱାଣ୍ଟେଡ୍ ଅଭିଯୁକ୍ତ

June 28, 2026

ଜମି ପାଇଁ ବାପା ଭାଇକୁ ହାଣିଲା ବଡ଼ ଭାଇ

June 28, 2026

କେନ୍ଦ୍ରମନ୍ତ୍ରୀଙ୍କୁ ୯୯ ଲକ୍ଷ ସବସିଡି ମିଳିଥିବା ଅଭିଯୋଗ: ଜାଣନ୍ତୁ ଏହି ଯୋଜନାରେ କିପରି ଉପକୃତ ହେବେ ଚାଷୀ?

June 28, 2026

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.