Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୌର ନିର୍ବାଚନ ପୁର୍ବରୁ ଚିଲିକାରେ ବିଜେପିର ଶକ୍ତି ପ୍ରଦର୍ଶନ
ଆଞ୍ଚଳିକ

ପୌର ନିର୍ବାଚନ ପୁର୍ବରୁ ଚିଲିକାରେ ବିଜେପିର ଶକ୍ତି ପ୍ରଦର୍ଶନ

March 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସମଗ୍ର ରାଜ୍ୟରେ ପୌର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସି ଚଳଚଞ୍ଚଳ ହୋଇଉଠିଛି। ଉଭୟ ଏନଏସି ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମେୟ ହେଉଛି। ତେବେ ଆଜି ବିଜେପି ପକ୍ଷରୁ ଉଭୟ ସହରରେ ମେଗା ରୋଡ଼ ଶୋ’ ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବାଲୁଗାଁ ସହରସ୍ଥିତ ମା’ ଉତ୍ତରାୟଣୀ ମନ୍ଦିରରୁ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଛି। ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ୱପ୍ନା ବଡ଼ଜେନା ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ଉକ୍ତ ରାଲିରେ ନିବେଦନ କରାଯାଇଛି।

ଶୋଭାଯାତ୍ରାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ପଥପ୍ରାନ୍ତ ସଭା ମାଧ୍ୟମରେ ଏନଏସି ଅଞ୍ଚଳର ସମସ୍ତ ଦିଗରେ ବିକାଶକୁ ନେଇ ପ୍ରତିଶୃତି ଦେଇଥିଲେ।

ଅନୁରୂପ ଭାବେ ଅପରାହ୍ନରେ ବାଣପୁର ଏନଏସିରେ ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏକ ମେଗା ବାଇକ ରାଲି ବିଷରପାଟଣା ଠାରୁ ବାହାରି ସହରର ସମସ୍ତ ୱାର୍ଡ ପରିକ୍ରମା କରିଥିଲା। ଉକ୍ତ ରାଲିରେ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ ଯୋଗଦେଇଥିଲେ। ଏହି ଶୋଭାଯାତ୍ରାରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ନିବେଦନ କରାଯାଇଥିଲା।

ତେବେ ନିକଟରେ ବାଣପୁର ଓ ଚିଲିକା ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିଜେପି ଉଭୟ ବାଣପୁର ଓ ବାଲୁଗାଁ ଏନଏସି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିବାର ଦେଖିବାକୁ ମିଳିଛି।

ଚିଲିକା ପୌର ନିର୍ବାଚନ ବିଜେପି ଶକ୍ତି ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

February 2, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026
Latest News

ଆଜି ଫେବୃୟାରୀ ୪ ତାରିଖ ବୁଧବାରରେ ଛଅଟି ରାଶିର ଧନ ବୃଦ୍ଧି

February 4, 2026

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.