Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୌର ନିର୍ବାଚନ ପୁର୍ବରୁ ଚିଲିକାରେ ବିଜେପିର ଶକ୍ତି ପ୍ରଦର୍ଶନ
ଆଞ୍ଚଳିକ

ପୌର ନିର୍ବାଚନ ପୁର୍ବରୁ ଚିଲିକାରେ ବିଜେପିର ଶକ୍ତି ପ୍ରଦର୍ଶନ

March 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସମଗ୍ର ରାଜ୍ୟରେ ପୌର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ପ୍ରଚାରର ଶେଷ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସି ଚଳଚଞ୍ଚଳ ହୋଇଉଠିଛି। ଉଭୟ ଏନଏସି ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମେୟ ହେଉଛି। ତେବେ ଆଜି ବିଜେପି ପକ୍ଷରୁ ଉଭୟ ସହରରେ ମେଗା ରୋଡ଼ ଶୋ’ ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବାଲୁଗାଁ ସହରସ୍ଥିତ ମା’ ଉତ୍ତରାୟଣୀ ମନ୍ଦିରରୁ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଛି। ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ୱପ୍ନା ବଡ଼ଜେନା ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ଉକ୍ତ ରାଲିରେ ନିବେଦନ କରାଯାଇଛି।

ଶୋଭାଯାତ୍ରାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ପଥପ୍ରାନ୍ତ ସଭା ମାଧ୍ୟମରେ ଏନଏସି ଅଞ୍ଚଳର ସମସ୍ତ ଦିଗରେ ବିକାଶକୁ ନେଇ ପ୍ରତିଶୃତି ଦେଇଥିଲେ।

ଅନୁରୂପ ଭାବେ ଅପରାହ୍ନରେ ବାଣପୁର ଏନଏସିରେ ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏକ ମେଗା ବାଇକ ରାଲି ବିଷରପାଟଣା ଠାରୁ ବାହାରି ସହରର ସମସ୍ତ ୱାର୍ଡ ପରିକ୍ରମା କରିଥିଲା। ଉକ୍ତ ରାଲିରେ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ ଯୋଗଦେଇଥିଲେ। ଏହି ଶୋଭାଯାତ୍ରାରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରାଇବାକୁ ନିବେଦନ କରାଯାଇଥିଲା।

ତେବେ ନିକଟରେ ବାଣପୁର ଓ ଚିଲିକା ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିଜେପି ଉଭୟ ବାଣପୁର ଓ ବାଲୁଗାଁ ଏନଏସି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିବାର ଦେଖିବାକୁ ମିଳିଛି।

ଚିଲିକା ପୌର ନିର୍ବାଚନ ବିଜେପି ଶକ୍ତି ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପିଚିକୁଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର

December 22, 2025
Latest News

ଦିନେ ନାହିଁ, କାଳେ ନାହିଁ …..

December 26, 2025

ଆଜି ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

December 26, 2025

ଆଜି ବିଜେଡିର ପ୍ରତିଷ୍ଠା ଦିବସ, ନବୀନ ପଟ୍ଟନାୟକ କଣ କହିବେ ସେ ନେଇ ସମସ୍ତଙ୍କ ନଜର

December 26, 2025

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହାତୀ ପିଠିରେ ବସି ନଗର ଭ୍ରମଣ କଲେ ମହାରାଜ କଂସ

December 26, 2025

ସାଂସଦ ଖେଳ ମହୋତ୍ସବ: ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.