Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଆଞ୍ଚଳିକ

ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

March 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶ୍ରାଦ୍ଧ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା, ମହାନ୍ ଦେଶପ୍ରେମୀ ବୀର ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ପବିତ୍ର ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆଜି ସକାଳେରାଜଧାନୀ ଭୁବନେଶ୍ୱରରେ ଅବସ୍ଥାପିତ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ପ୍ରମୁଖ ଯୋଗ ଦେଇ ପ୍ରଥମେ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡିଆଠାରେ ଓ ପରେ ପରେ କଳିଙ୍ଗ ହସ୍ପିଟାଲ ଛକ ଠାରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସ୍.ସି.ଏସ୍.ଟି.ଆର୍.ଟି.ଆଇ)ର ଉପଦେଷ୍ଟା ତଥା ସ୍ୱତନ୍ତ୍ର ଶାସନ ସଚିବ ଡଃ.ଅଖିଳ ବିହାରୀ ଓତା,ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ, ରାଜ୍ୟ ସଂସ୍କୃତି ବିଭାଗର ଅନୁ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା, ଅନ୍ୟ ଅତିଥିଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର କର୍ମକର୍ତ୍ତାମାନେ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସଂସ୍କୃତି ବିଭାଗ ତରଫରୁ ମାନ୍ୟବର ମନ୍ତ୍ରୀ ଓ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶହୀଦ୍ ଲକ୍ଷ୍ମଣ ନାଏକ ସ୍ୱାଧୀନତା ସଂଗ୍ରାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.