Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ-ବାଣପୁରରେ ବଢୁଛି ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?
ଆଞ୍ଚଳିକ

ବାଲୁଗାଁ-ବାଣପୁରରେ ବଢୁଛି ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ କେବେ?

May 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଥାନା ଅଞ୍ଚଳରେ ନିତିଦିନ ଛୋଟ ବଡ଼ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ଏକାଧିକ ଦୁର୍ଘଟଣା ମଦ୍ୟପାନ ଲାଗି ହେଉଥିବାର ନଜିର ରହିଛି। ମଦ୍ୟପ ଗାଡ଼ି ଚାଳକମାନଙ୍କ ଲାଗି ଅନ୍ୟ ନିରୀହ ଗାଡ଼ି ଚାଳକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଏମାନଙ୍କୁ ସାବଡ଼ କରିବା ପାଇଁ ପୋଲିସ ତଥା ଆରଟିଓ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାର ଅଭିଯୋଗ ହେଉଛି।

ସହର ହେଉ ଅବା ଗ୍ରାମାଞ୍ଚଳ ସବୁ ସ୍ଥାନରେ ଚୋରା ମଦ ବିକ୍ରି ବ୍ୟାପକ ଭାବରେ ବଢ଼ୁଥୁବାବେଳେ ମଦ୍ୟପ ଗାଡ଼ି ଚାଳକ ମାନେ ଏହାର ଦୁରୂପୋଯୋଗ କରୁଛନ୍ତି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷେଧ ଥିବା ବେଳେ ବାଣପୁର ବାଲୁଗାଁରେ ଦିନ ହେଉ କି ସନ୍ଧ୍ୟା ଅବା ରାତି ସଦାବେଳେ ମଦ୍ୟପ ଗାଡ଼ି ଚାଳକ ଅନାୟାସରେ ବଜାର ଓ ଗ୍ରାମାଞ୍ଚଳରେ ଘୁରି ବୁଲୁଛନ୍ତି।

ଫଳରେ ପ୍ରଚୁର ମଦ୍ୟପାନ ଲାଗି ହୋସରେ ନରହି ମଦ୍ୟପ ଗାଡ଼ିଚାଳକ ମାନେ ଦୁର୍ଘଟଣା ଭିଆଉଛନ୍ତି। ପ୍ରତିଦିନ ବାଣପୁର ଓ ବାଲୁଗାଁ ମେଡିକାଲରେ ମଦ୍ୟପାନ ଦ୍ୱାରା ଦୁର୍ଘଟଣାର ଶିକାର ହୋଇ ଏକାଧିକ ବ୍ୟକ୍ତି ଭର୍ତ୍ତି ହେଉଥିବାର ଦେଖାଯାଉଛି।

ଗାଡ଼ି ଚଳାଇବା ପାଇଁ ପ୍ରାପ୍ତ ବୟସ ହୋଇନଥିବା କେତେକ ନାବାଳକମାନେ ମଧ୍ୟ ମଦ୍ୟପାନ କରି ଗାଡ଼ି ଚଳାଉଥିବାର ବାଣପୁର ବାଲୁଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ଯଥାଶୀଘ୍ର ପୋଲିସ ଓ ଆରଟିଓ ପକ୍ଷରୁ ମଦ୍ୟପ ଗାଡ଼ିଚାଳକ ଧରପଗଡ଼ ଅଭିଯାନ ବାଣପୁର ବାଲୁଗାଁ ଅଞ୍ଚଳରେ ଆରମ୍ଭ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

ପୋଲିସର କାର୍ଯ୍ୟାନୁଷ୍ଠାନ ବାଲୁଗାଁ-ବାଣପୁର ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026

ବାଲି ମାଫିଆଙ୍କ ଦବଙ୍ଗଗିରି! ପୁଲିସ ସାମ୍ନାରେ ତହସିଲଦାରଙ୍କୁ ଧମକ

June 26, 2026

ବାଲେଶ୍ୱରରେ ଛାତିଥରା ଗୁଳିକାଣ୍ଡ, ବ୍ୟବସାୟୀ ଏସ୍‌.କେ. ହମିଦଙ୍କ ମୃତ୍ୟୁ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.