Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ, କୃତି ଖେଳାଳୀ ଆଶିଷ, କ୍ରିଷ୍ଣାଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ, କୃତି ଖେଳାଳୀ ଆଶିଷ, କ୍ରିଷ୍ଣାଙ୍କୁ ଦିଆଗଲା ସମ୍ବର୍ଦ୍ଧନା

August 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ, କୃତି ଖେଳାଳୀ ଆଶିଷ, କ୍ରିଷ୍ଣାଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ବାଲୁଗାଁ: ଚିଲିକା -ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ଓ ବ୍ୟକ୍ତି ବିଶେଷଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଜଗତର ନାଥ ଶ୍ରୀଜଗନ୍ନାଥ ଓ ରୋଟାରୀ ଇଣ୍ଟର ନ୍ୟାସନାଲ ପ୍ରତିଷ୍ଠାତା ପଲହରିସ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବାପରେ ଜାତୀୟ ସଂଗୀତ ଗାନ ମାଧ୍ୟମରେ ଅଧିଷ୍ଠାନ ଉତ୍ସବ ଆରମ୍ଭ କରଯାଇଥିଲା।ପ୍ରାରମ୍ଭରେ ନୃତ୍ୟଗୁରୁ ମମତାମୟୀ ମିଶ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ।

ଏହାପରେ ରୋଟାରୀଆନ ପଞ୍ଚାନନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କlର୍ଯ୍ୟକ୍ରମରେ, 2021-22 ସଭାପତି ନମିତା ଝା ଓ ସମ୍ପାଦକ ଗଜେନ୍ଦ୍ର ସେଠି ଚଳିତ ବର୍ଷର ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସହ ସ୍ୱାଗତ ଜଣାଇ ଥିଲେ ଓ ପୂର୍ବ ବର୍ଷର ସମ୍ପାଦିତ ପ୍ରକଳ୍ପ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଏହାପରେ ନୂତନ ସଭାପତି ଡକ୍ଟର ଚନ୍ଦ୍ର ମହାରଣା ଚଳିତ ରୋଟାରୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

ଏହି ଅବସରରେ ତେହେ୍ରlନରେ 14th ଏସିଆନ ଅଣ୍ଡର -18 ପୁରୁଷ ଭଲିବଲ ଚାମ୍ପିୟାନସିପ 22 ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ଚାଷଙ୍ଗରାର ଆଶିଷ ସ୍ୱାଇଁ ଓ ଅନ୍ତର୍ଜାତୀୟ କରାଟେ ଚାମ୍ପିୟାନସିପ ରେ ବିଚକ୍ଷଣ ଖେଳ ଖେଳି ସ୍ଵର୍ଣ ପଦକ ହାସଲ କରିଥିବାରୁ କ୍ରିଷ୍ଣା ଶିକାରୀଙ୍କୁ ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ କରାଯଇଥିଲା। ଏଥିସହ ନୃତ୍ୟଶିଳ୍ପୀ ମମତାମୟୀ ମିଶ୍ର, ରୋଟାରାକ୍ଟ ସଭାପତି ବବୁଲ ସ୍ୱାଇଁ, ସମ୍ପାଦକ ବିକ୍ରମ ବିଶୋଇ, ସମାଜସେବୀ ମାନବେନ୍ଦ୍ର ମହାରଥl,ଅନନ୍ତ ଚରଣ ଖଟେଇ, ବ୍ଲକର ମାଟ୍ରିକ ଟପର, ଯୁକ୍ତ ଦୁଇ ଟପର ଙ୍କ ସମେତ ପ୍ରାକ୍ତନ ସଭାପତି ଓ ସମ୍ପାଦକଙ୍କୁ ମୁଖ୍ୟ ଅତିଥି ଡିଜିଏନ ଯାଜ୍ଞଶିଷ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।

ନିଜ ଅଭିଭାଷଣରେ ସେ ସବୁ କ୍ଷେତ୍ରରେ ସମାଜପ୍ରତି ଅଙ୍ଗୀକାର ବଦ୍ଧ ହୋଇ କାର୍ଯ୍ୟ କଲେ ପୃଥିବୀକୁ ସ୍ୱର୍ଗ ଓହ୍ଲାଇ ଆସିବ ବୋଲି କହିଥିଲେ। ଶେଷରେ ରୋଟାରୀଆନ ପଞ୍ଚାନନ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅକ୍ଷୟ ମହାପାତ୍ର, ନିରଜ ଝା, ହେମନ୍ତ ସାହୁ, ନଉଷଦ ଅଲି, ଭାଗିରଥି ସ୍ୱାଇଁ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ, ରାଜ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲିଟିଲ ୱାର୍ଲଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବୃନ୍ଦ।

ଆଶିଷ ସ୍ବାଇଁ କୌଳାସ ମହାରଣା ଚାଷଙ୍ଗରା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.