Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାର ପୂର୍ବତନ ବିଧାୟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଜାଗାବାଡ଼ି ବିବାଦ ମାମଲା: ହୋଇପାରିଲାନି ମାପ
ଆଞ୍ଚଳିକ

ଚିଲିକାର ପୂର୍ବତନ ବିଧାୟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଜାଗାବାଡ଼ି ବିବାଦ ମାମଲା: ହୋଇପାରିଲାନି ମାପ

September 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ୧୦ ନଂ ୱାର୍ଡ ରାମପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜାଗାବାଡ଼ି ବିବାଦ ଲାଗିରହିଛି। ଏନେଇ ଶ୍ରୀ ସାହୁଙ୍କ ବିରୋଧରେ ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ଜୁଲାଇ ୨୦ ତାରିଖରେ ଅଭିଯୋଗ କରିଥିଲେ। ଯାହାକି ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ଉକ୍ତ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେବାଯୋଗୁଁ ୱାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ୱାର୍ଡର ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ ଓ ଗୋଦାମ ପାଇଁ ସ୍ଲାଇଡିଙ୍ଗ ଗେଟ ନିର୍ମାଣ କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା।

ଅପରପକ୍ଷେ ଏ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଏହାକୁ ଖଣ୍ଡନ କରିବାସହ ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି ଏବଂ କୌଣସି ସରକାରୀ ଯାଗା ଜବରଦଖଲ ହୋଇନଥିବାର କହିଥିଲେ। ଯାହାଫଳରେ ବାଦ ବିବାଦ ଯୋଗୁଁ ଉଭୟ ପକ୍ଷଙ୍କ ସହମତି କ୍ରମେ ଆଜି ଡିମାର୍କେସନ ନୋଟିସ ଅନୁଯାଇ ଜାଗା ଚିହ୍ନଟ ପାଇଁ ଧାର୍ଯ୍ୟ କରାଯାଇଥିଲା।

ଉକ୍ତ ଡିମାର୍କେସନ ପାଇଁ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ ଏବଂ ତହସିଲ, ରାଜସ୍ୱ ଓ ଏନଏସି ଅମିନ ଆଦି ଉପସ୍ଥିତ ରହି ମାପଚୁପ କରିଥିଲେ।

ମାତ୍ର ଉକ୍ତ ଜାଗା ମଧ୍ୟରେ ଅତ୍ୟଧିକ ପାଣି ଥିବାରୁ ଏହାକୁ ସ୍ଥଗିତ କରାଯାଇ ଆସନ୍ତା ନଭେମ୍ବର ମାସରେ ମାପ ଚୁପ ହେବା ନେଇ ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଘଟଣା ସ୍ଥଳରେ ବାଲୁଗାଁ ଏସଡିପିଓ, ଆଇଆଇସି ଙ୍କ ସମେତ ଦେଢ଼ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ।

ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.