Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ

September 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବାଣପୁର କୋର୍ଟ ଜେଏମଏଫସି ସ୍ନାତକୀ ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଥାନା ଏସଆଇ ଚନ୍ଦନ ଦାସ, ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଭବାନୀ ଶଙ୍କର ଶତପଥୀ, ଲିଗାଲ କମିଟି ଫ୍ରଣ୍ଟ ଅଫିସ ରିଟର୍ନର ଆଇନଜୀବୀ ସୁଧୀର ପ୍ରଧାନ, ବାଣପୁର ଓକିଲ ସଂଘ ସମ୍ପାଦକ ଜଗନ୍ନାଥ ଭୋଳ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଯୋଗଦେଇଥିଲେ।

ତେବେ ଉକ୍ତ ଶିବିର ଟି ଆମ ଦେଶର ଭବିଷ୍ୟତ ତଥା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ଓ ଗରିବ ବ୍ୟକ୍ତି କିପରି ଆଇନ ସେବାରୁ ବଞ୍ଚିତ ନହୁଏ ତାହାପ୍ରତି ନ୍ୟାୟପାଳିକା ସଦାସର୍ବଦା ଯତ୍ନବାନ ଅଛି ବୋଲି ବରିଷ୍ଠ ବିଚାରପତି ଶ୍ରୀ ମିଶ୍ର କହିଥିଲେ।

ସେହିପରି ଭାବେ ସାଇବର ସିକ୍ୟୁରିଟି ଓ ସୋସିଆଲ ମିଡ଼ିଆର ଅପବ୍ୟବହାରକୁ ରୋକିବା ଉପରେ ଉକ୍ତ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଛାତ୍ରୀ ତଥା ନାଗରିକ ମାନେ ନିଜର ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା, ଏଟିଏମ ପିନ, ଜନ୍ମ ତାରିଖ, ଓଟିପି ଆଦି କାହାକୁ ନଜଣାଇବ ନିମନ୍ତେ ଏସଡିପି ଶ୍ରୀ ବାରିକ ପରାମର୍ଶ ଦେଇଥିଲେ। ସମ୍ପ୍ରତି ସମୟରେ ସାଇବର ଅପରାଧ ବଢୁଥିବା ବେଳେ ଏଥିରେ ସୋସିଆଲ ମିଡ଼ିଆର ପ୍ରମୁଖ ଭୂମିକା ଅଛି ବୋଲି ଏସଡିପିଓ କହିଥିଲେ। ତେଣୁ ଆମେ ଯେତେ ସତର୍କ ଓ ସଚେତନ ହେବା ଅପରାଧ ସେତିକି କମିବ ବୋଲି ଏସଡିପିଓ କହିବା ସହ ନିଜର ବ୍ୟକ୍ତିଗତ ମୋବଇଲ ନମ୍ବର (୯୦୭-୮୯୩-୪୯୩୪) କୁ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ।

ସେହିପରି ଭାବେ ସମୟ ଥାଉ ଥାଉ ଆମେ ସଜାଗ ହେବା ଜରୁରୀ ବୋଲି ବିଚାରପତି ଶ୍ରୀମତୀ ଦାସ କହିଥିଲେ। ଅନୁରୂପ ଭାବେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଉକ୍ତ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉଚିତ ବୋଲ ବିଡ଼ିଓ ଶ୍ରୀମତୀ ବେହେରା ମତ ରଖିଥିଲେ।

ସାଇବର ସମ୍ବନ୍ଧୀୟ ମାମଲା ହେଲେ ତାହାକୁ ନଲୁଚାଇ ତୁରନ୍ତ ପୋଲିସ ସହଯୋଗ ନେବା ପାଇଁ ଓକିଲ ସଂଘ ସମ୍ପାଦକ ଶ୍ରୀ ଭୋଳ କହିଥିବା ବେଳେ କୌଣସି ସମସ୍ୟା ଉପୁଜିଲେ ତାଲୁକ ଆଇନ କମିଟିକୁ ଯୋଗାଯୋଗ କରିବା ପାଇଁ ଆଇନଜୀବୀ ଶ୍ରୀ ପ୍ରଧାନ କହିଥିଲେ।

ଗ୍ରାମୀଣ ମହିଳା ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

ଫୁଟବଲ୍ ମ୍ୟାଚ୍ ବେଳେ ଅଘଟଣ: ଅଚେତ ହୋଇ ପଡ଼ିଯିବା ପରେ ଖେଳାଳିଙ୍କ ମୃତ୍ୟୁ

September 27, 2026

କ୍ରିକେଟ ଖେଳ ହେଲା କାଳ, ପଡ଼ିଆରେ ଟଳିପଡ଼ିଲେ ସରକାରୀ କର୍ମଚାରୀ

September 27, 2026

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ଦୁଇଟି ପୃଥକ୍ ସ୍ଥାନରେ ୨୭ ଜଣଙ୍କୁ ହତ୍ୟା

September 27, 2026

ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ

September 27, 2026

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.