Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକ୍ଟିଦେଉଳ ମହାଵିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଦର୍ଶନ ସମ୍ପର୍କିତ ଆଲୋଚନା ଚକ୍ର ଓ ଏନ୍ ଏସ୍ ଏସ୍ ଦିବସ
ଆଞ୍ଚଳିକ

ନାକ୍ଟିଦେଉଳ ମହାଵିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଦର୍ଶନ ସମ୍ପର୍କିତ ଆଲୋଚନା ଚକ୍ର ଓ ଏନ୍ ଏସ୍ ଏସ୍ ଦିବସ

September 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ର ମୋ କଲେଜ୍ ଅଭିଯାନ ଆନୁକୁଲ୍ୟରେ ମହାତ୍ମାଗାନ୍ଧୀ ଓ ତାଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା ସହିତ ଜାତୀୟ ସେବା ଯୋଜନା ଦିଵସ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଅଵସରପ୍ରାପ୍ତ ଇତିହାସ ଅଧ୍ୟାପକ ଗୋଲବଦନ ଵିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବରେ ଅଵସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଯୋଗ ଦେଇ ଗାନ୍ଧିଜୀଙ୍କ ସର୍ବଦୋୟ, ସତ୍ୟାଗ୍ରହ, ଅହିଂସା, ରାମରାଜ୍ୟ, ଗ୍ରାମ୍ୟ ସ୍ଵରାଜ୍ୟ ଓ ଆତ୍ମବଳିଦାନ ତତ୍ତ୍ୱ ସମ୍ଵନ୍ଧରେ ଆଲୋକପାତ କରିଥିଲେ।

ଶିକ୍ଷା ଵିଭାଗର ଅଧ୍ୟାପକ ଶେଷଦେଵ ଵିଶ୍ଵାଳ ଗାନ୍ଧିଜୀଙ୍କ ଚିନ୍ତାଧାରା ଵିଷୟ ରେ ଆଲୋଚନା କରିଥିଲେ। ଅଧ୍ୟାପକ ଵିନୋଦ ବିହାରୀ ପ୍ରଧାନ ଗାନ୍ଧିଜୀଙ୍କ ଜୀବନ ସମ୍ପର୍କରେ ତର୍ଜମା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅଵସର ରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅମିତା ରାଣୀ ସାହୁ ପ୍ରଥମ,ଶୁଭଜିତ୍ ଦେହୁରୀ ଦ୍ୱିତୀୟ ଓ କୁନା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏନ୍ଏସ୍ଏସ୍ ଦିବସ ପାଳନ ଅଵସର ରେ ପ୍ରୋଗ୍ରାମ୍ ଅଫିସର୍ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି ଓ ଅଧ୍ୟାପକ ଭଜମୋହନ ପ୍ରଧାନ୍ ଜାତୀୟ ସେଵା ଯୋଜନା ର ଭୂମିକା ବିଷୟରେ ଆଲୋଚନା କରିଥିଲେ।

ଆଲୋଚନା ଚକ୍ର ମହାତ୍ମାଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.