Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ
ଆଞ୍ଚଳିକ

ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ

October 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ପରିସରରେ କ୍ଲବର ସଭାପତି ରୋଟାରିଆନ ଡକ୍ଟର କୈଳାଶ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ରାଷ୍ଟ୍ର ନିର୍ମାତା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଜଗତର ନାଥ ଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ରୋଟାରୀ ଜିଲ୍ଲା ସାଧାରଣ ସଚିବ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ଉଦଘାଟନ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା।

ପ୍ରାରମ୍ଭରେ ସଭାପତି ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଅନୁଷ୍ଠାନିକ ଭାବେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ତଥା ବାଣପୁର ବ୍ଲକର ସହ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ, ବାଲୁଗାଁ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ, କ୍ଲବ ଉପଦେଷ୍ଟା ରୋଟାରିଆନ ମୃଣାଲ କାନ୍ତି ନାୟକ ରୋଟାରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ରାଷ୍ଟ୍ର ନିର୍ମାତା ପୁରସ୍କାରର ଗୁରୁତ୍ୱ, ଦାୟିତ୍ୱବଦ୍ଧତା ଓ ସମାଜରେ ଶିକ୍ଷକ ମାନଙ୍କର ନିଷ୍ଠାପରତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟାରିଆନ ମନୋଜ କୁମାର ତ୍ରିପାଠୀ ସମଗ୍ର ବିଶ୍ୱରେ ଶାନ୍ତି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ରୋଟାରୀ ଇଣ୍ଟର ନ୍ୟାସନାଲ କ୍ଲବର କାର୍ଯ୍ୟକ୍ରମ ସହିତ ଶିକ୍ଷକ ମାନେ କିପରି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଶିକ୍ଷାର୍ଥୀ ମାନଙ୍କ ଜୀବନ ଧାରା ବିକଶିତ କରନ୍ତି ତାହା ଉପସ୍ଥାପିତ କରିଥିଲେ।

ଡକ୍ଟର ରଶ୍ମି ରଞ୍ଜନ ନାଥ ଶିଶୁ ମନସ୍ତତ୍ଵ, ଶିକ୍ଷାୟତନ ଓ ଶିକ୍ଷକ ମାନଙ୍କ ଦାୟିତ୍ୱ ବୋଧ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହାପରେ ଟାଙ୍ଗୀ, ବାଣପୁର ଓ ଚିଲିକା ବ୍ଲକର କୃତୀ ଶିକ୍ଷକ ପ୍ରସନ୍ନ ଶ୍ରୀଚନ୍ଦନ, ଧର୍ମାନନ୍ଦ ବେହେରା, ପ୍ରମିଳା ବେହେରା, ନୀଳାଦ୍ରି ଭୂଷଣ ଦାଶ, ବବିତା ସାମନ୍ତରାୟ, ଗୋପୀନାଥ ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ପାଇକରାୟ, ଓ ଦିଲ୍ଲୀପ କୁମାର ମହାପାତ୍ରଙ୍କ ସମେତ ନିକଟରେ ଓଡିଶା ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅଲାଇଡିହଗ୍ରାମର ଦୃଷ୍ଟି ବାଧିତ ଅଧ୍ୟାପକ ପ୍ରସନ୍ନ କୁମାର ପଣ୍ଡାଙ୍କୁ ଅତିଥିମାନେ ପୁରସ୍କାର, ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହାପରେ ପ୍ରସନ୍ନ କୁମାର ପଣ୍ଡା ଏକ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି ଶିକ୍ଷକ ସମାଜ ଓ ଯୁବ ପିଢ଼ିଙ୍କୁ ପ୍ରଭାବିତ କରିଥିଲେ।

ରୋଟାରିଆନ ପଞ୍ଚାନନ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସମାରୋହଙ୍କୁ ସମ୍ପାଦିକା ଭାରତୀ ପୁଷ୍ପା ସିଂ ରାଠୋର, ପ୍ରାକ୍ତନ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ ସୁରେନ୍ଦ୍ର ସ୍ୱାଇଁ, ଗଜେନ୍ଦ୍ର ସେଠୀ, ଡକ୍ଟର ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ପାଇକରାୟ ପ୍ରମୁଖ ପରିଚାଳନା କରିଥିଲେ।

ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ରୋଟାରିଆନ ତଥା ପ୍ରାକ୍ତନ ଆଇ ଏଫ ଏସ ଅଧିକାରୀ ଆଶୁତୋଷ ସାମନ୍ତ ସିଂହାର। ରୋଟାରାକ୍ଟ ସଭାପତି ବବୁଲ ରଣସିଂ ଓ ସଭ୍ୟମାନେ ଏହି ସମାରୋହରେ ସହଯୋଗ କରିଥିଲେ।

ଚିଲିକା ବାଲୁଗାଁ ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.