Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବଢିଚାଲିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ: ଚିନ୍ତାରେ ଚାଷୀ
ଆଞ୍ଚଳିକ

ବାଣପୁରରେ ବଢିଚାଲିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ: ଚିନ୍ତାରେ ଚାଷୀ

November 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ହାତୀମାନେ ଏବେ ଗାଁ ମୁହାଁ ହେଉଥିବାରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ଫସଲ ମଧ୍ୟ ନଷ୍ଟ ହେଉଥିବାର ନଜିର ରହିଛି।  ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି। ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଦୁଇଟି ପଞ୍ଚାୟତ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହା ହାତୀମାନଙ୍କ ରହଣି ସ୍ଥଳ ପାଲଟି ଯାଇଛି। ଫଳରେ ହାତୀମାନଙ୍କ ଉପଦ୍ରବ ଏଠାରେ ଅସହ୍ୟ ହେବାକୁ ଲାଗିଲାଣି।

ଉକ୍ତ ଦୁଇ ପଞ୍ଚାୟତର ବହୁ ଲୋକ ଚାଷୀ ଓ ଦିନ ମଜୁରିଆ ହୋଇଥିବାରୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ହାତୀ ମାନେ ବାରମ୍ବାର ଏମାନଙ୍କର ଶହଶହ ଏକରର ଧାନ ଫସଲ ନଷ୍ଟ କରିଦେଉଥିବାରୁ ବର୍ଷସାରା କିପରି ନିଜ ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ବହୁ ଗ୍ରାମବାସୀ ମିଶି ପାଳି କରି ରାତିତମାମ ଜଙ୍ଗଲୀ ହାତୀଙ୍କୁ ଜଗୁ ଥିଲେ ସୁଦ୍ଧା ହାତୀଙ୍କ ଦାଉରୁ ଫସଲ ବଞ୍ଚେଇବା କଷ୍ଟ କର ହୋଇଯାଉଛି। ଯାହା ଫଳରେ ଚାଷୀ ମାନେ ଫସଲ ଅମଳ କରିବା ଆଶା ଏକ ପ୍ରକାର ଛାଡିଦେଲେଣି।

ତେବେ ଏନେଇ ଜଙ୍ଗଲ ବିଭାଗକୁ ଜଣେଇଲେ ମଧ୍ୟ ସେମାନେ ନିରୁପାୟ। ବାଲୁଗାଁ ବନାଞ୍ଚଳ ରେଞ୍ଜ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ବନବିଭାଗ ଜଙ୍ଗଲୀ ହାତୀଙ୍କୁ ଘଉଡ଼ାଇବା ପାଇଁ ସଦାସର୍ବଦା ଚେଷ୍ଟା କରିଆସୁଥିବାର କହିଛନ୍ତି। ବାଣପୁର, ରଣପୁର, ନୟାଗଡ଼ ଏବଂ ଟାଙ୍ଗୀର କିଛି ଜଙ୍ଗଲ ଅଞ୍ଚଳ ହାତୀମାନଙ୍କ ଚଲାପଥ ହୋଇଥିବାରୁ ସେମାନେ ବର୍ଷତମାମ ଉକ୍ତ ରାସ୍ତା ଦେଇ ଯା ଆସ କରିଥାନ୍ତି। ତେବେ ବନ ବିଭାଗ ଅଦ୍ୟାବଧି ୭୭ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିଥିବାର ଶ୍ରୀ ମହାନ୍ତି କହିଛନ୍ତି।  ଏବଂ ଯେଉଁ ଚାଷୀଙ୍କ ଫସଲ ହାତୀମାନଙ୍କ ଦ୍ୱାରା ନଷ୍ଟ ହେଉଛି, ସେମାନଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ହୋଇଥିବାର ରେଞ୍ଜ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।

ତେବେ ବେଳ ଥାଉ ଥାଉ ଯଦି ବେଣୀ ବନ୍ଧାନଯାଏ, ଭବିଷ୍ୟତରେ ଉକ୍ତ ସମସ୍ୟା ଉଗ୍ରରୂପ ନେବ ବୋଲି ଚାଷୀମାନେ ମତ ରଖିଛନ୍ତି।

ଚିନ୍ତାରେ ଚାଷୀ ଜଙ୍ଗଲୀ ହାତୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.