Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଆଞ୍ଚଳିକ

ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ସ୍କୁଲରେ ପ୍ରେରଣା ଯୋଗାଇବା ସହ ପିଲାଙ୍କର ବୁଦ୍ଧିକୁ ବିକାଶରେ ରୂପାନ୍ତରିତ କରିଥାଏ ବିଜ୍ଞାନ ମେଳା। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ମେଳାକୁ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ସମ୍ମାନିତ ଅତିଥି ଓ ମନୋଜ କୁମାର ହରିଚନ୍ଦନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ବାଣପୁର ବ୍ଲକର ସମସ୍ତ ୮୦ ଟି ଉଚ୍ଚ ପ୍ରାଥମିକ ସ୍କୁଲ ଏବଂ ହାଇସ୍କୁଲର ଛାତ୍ରଛାତ୍ରୀ ବିଜ୍ଞାନ ମେଳାରେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ସମ୍ବନ୍ଧରେ ସେମାନଙ୍କର ପାରଦର୍ଶିତା ପ୍ରତିପାଦନ କରିଥିଲେ। ସେଥି ମଧ୍ୟରୁ ୭ଟି ସ୍କୁଲ ଯଥା ଗୋରଡ଼ଝରି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଅର୍ପିତା ସାହୁ ଆଡ଼ଭାନମେଣ୍ଟ ଆଇସିଟି, ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ର ଶୁଭମ ସାହୁ ପରିବେଶ ଅନୁକୂଳ, ଗୋଦାବରୀଶ ହାଇ ସ୍କୁଲର ଛାତ୍ରୀ ସର୍ବାଣୀ ପ୍ରଧାନ ସ୍ୱାସ୍ଥ୍ୟ ଓ ସଫେଇ କାରଣ, ଭେଟିନାଥ ଦେବ ସରକାରୀ ସ୍କୁଲର ଛାତ୍ର ହରେକୃଷ୍ଣ ପ୍ରଧାନ ଯାନବାହାନ ଯନ୍ତ୍ରିକରଣ, ବାନମ୍ବର ହାଇସ୍କୁଲର ଶଶାଙ୍କ ଶେଖର ଘଡାଇ ପରିବେଶ ସନ୍ତୁଳନ, ପତିତପାବନ ସରକାରୀ ହାଇ ସ୍କୁଲର ଶୁଭ ପରିଡା ଐତିହାସିକ ଉନ୍ନତି ସହିତ ନୂତନ ଚିନ୍ତାଧାରା ଓ ଗାଣିତିକ ବିଜ୍ଞାନ ପ୍ରକଳ୍ପରେ ଛାତ୍ରୀ ମଧୁସ୍ମିତା ବରାଳ କୃତକାର୍ଯ୍ୟ ହୋଇଥିଲେ।

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ ନାୟକ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟପିକା ନିହାରବାଳା ରାଉତ ବିଚାରପତି ଭାବେ ଯୋଗଦେଇ ଉର୍ଣ୍ଣତ ମାନର ପ୍ରକଳ୍ପ ତିଆରି କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ। ପ୍ରକଳ୍ପ ଗୁଡିକରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଗୋଦାବରୀଶ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପ୍ରଧାନ ପୁରସ୍କାର ବିତରଣ କରିଥିଲେ।

ସମସ୍ତ ବିଜ୍ଞାନ ମେଳାକୁ ସିଆରସିସି ସମୀର ସେଠି, ମନୋରଞ୍ଜନ ଖୁଣ୍ଟିଆ, ଶ୍ରୀକାନ୍ତ ନାୟକ ଓ କୈଳାଶ ଚନ୍ଦ୍ର ସାହୁଙ୍କ ସହଯୋଗରେ ସୁଚାରୁ ରୁପେ ପରିଚାଳନା କରାଯାଇଥିଲା।

ଗୋଦାବରୀଶ ବିଦ୍ୟାପୀଠ ବାଣପୁର ବିଜ୍ଞାନ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026
Latest News

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା

June 7, 2026

ଖାଇବା ତେଲ କିଣିବା ପୂର୍ବରୁ ଜାଣନ୍ତୁ ! ସରକାର ବଦଳାଇଲେ ନିୟମ,

June 7, 2026

‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

June 7, 2026

ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

June 7, 2026

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.