Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ଡିଜେ ବ୍ୟାନ ମାମଲା: ସାମ୍ବାଦିକ ସମ୍ମିଳନୀ କଲା ସଂଘ, ଉପଜିଲ୍ଲାପାଳଙ୍କ ନାଁ
ଆଞ୍ଚଳିକ

ଚିଲିକାରେ ଡିଜେ ବ୍ୟାନ ମାମଲା: ସାମ୍ବାଦିକ ସମ୍ମିଳନୀ କଲା ସଂଘ, ଉପଜିଲ୍ଲାପାଳଙ୍କ ନାଁ

December 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ମା’ ଭଗବତୀ ବ୍ୟାଣ୍ଡ ଓ ସାଉଣ୍ଡ ସଂଘ ବାଲୁଗାଁ-ବାଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ବୈଠକରେ ସଂଘ ସଭାପତି କବିରାଜ ସାହୁଙ୍କ ପୌରହିତ୍ୟରେ ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା ଫଳରେ ଜୀବିକା ଉଜୁଡୁଥିବା ସମ୍ପର୍କିତ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ଡିଜେ ବନ୍ଦ କରିବା ଫଳରେ ନିଜର ବ୍ୟବସାୟରେ ପ୍ରବଳ କ୍ଷତି ସହିବା ସହ ପରିବାର ପୋଷଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଋଣ ଆଣି ସଂସ୍ଥା କରିଥିବାବେଳେ ଡିଜେ ନ ବାଜିବାରୁ ଋଣ ଭାରରେ ବୁଡିରହିଛନ୍ତି। ଏହାକୁ ସଂଘମତ ଭାବେ ପୁନର୍ବାର ଡିଜେ ବଜାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅବଗତ କରାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ବୈଠକରେ ବିଚାର ବିମର୍ଷ କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଏସମ୍ପର୍କରେ ଅବଗତ କରାଇଥିବା ସଦସ୍ୟମଣ୍ଡଳୀ କହିଛନ୍ତି।

ଏନେଇ ସଂଘ ସଭାପତି ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଡିଜେ ବନ୍ଦ ହେବା ଦ୍ୱାରା ଆମେ ଆମର ଜୀବିକା ହରେଇଛୁ।ଚଳିବୁ କେମିତି ତା ଛଡା ଏତେ ଟଙ୍କା ବିନିଯୋଗ କରି ଏକ ସଂସ୍ଥା କରିଥିଲୁ ତାହାର ଭରଣ କିଏ ଦେବ ବୋଲି କହିଥିଲେ। ତତସହିତ ନିକଟରେ ଜିଲ୍ଲା ପ୍ରଶାସନ ଅନୁମତି ସତ୍ତ୍ୱେ ବାଲୁଗାଁ ପୋଲିସ ଲାଉଡ଼ସ୍ପିକର ଗାଡ଼ି ସିଜ କରିଦେଇଥିବାର ଅଭିଯୋଗ କରିଥିଲେ ଶ୍ରୀ ସାହୁ।

ତେବେ ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଲାଉଡ଼ସ୍ପିକରରେ ଶବ୍ଦର ପରିଧି ମାପିବା ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ଅଟେ। ଉକ୍ତଦିନ ସମ୍ପୃକ୍ତ ଗାଡ଼ିରେ ଉକ୍ତ ଯନ୍ତ୍ର ନଥିଲା ଏବଂ ଉଚ୍ଚ ଶବ୍ଦରେ ଲାଉଡ଼ସ୍ପିକର ବାଜିବାରୁ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କ୍ରମେ ତାହା ଜବତ ହୋଇଥିବାର କହିଛନ୍ତି ଶ୍ରୀ ଦାସ।

ସେହିପରି ଭାବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଯୋଗାଯୋଗ କରାଯିବାରୁ ଜିଲ୍ଲା ପ୍ରଶାସନର ଅନୁମତି ପତ୍ର ବିନା ଡିଜେକୁ କୌଣସି ମତେ ବାଲୁଗାଁ ସବଡିଭିଜନରେ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ କହିଛନ୍ତି। କେବଳ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଡିଜେ ବାଜିପାରିବ ବୋଲି ଶ୍ରୀ ବାରିକ କହିଛନ୍ତି। ଏଥିସହିତ ଡିଜେ ବାଜିବା ସମୟରେ ଯଦି କୌଣସି ନାଗରିକଙ୍କ ସ୍ୱାସ୍ଥ୍ୟଜନିତ ଅଘଟଣ ଘଟେ, ଏଥିପ୍ରତି ଉତ୍ତରଦାୟୀ କିଏ ରହିବ ବୋଲି ଏସଡିପିଓ ଶ୍ରୀ ବାରିକ ସିଧାସଳଖ କହିଛନ୍ତି। ଯଦି ଉକ୍ତ ନିର୍ଦ୍ଦେଶନାମାରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିବା ସହ ଏଥିପାଇଁ ସମ୍ପୃକ୍ତ ଥାନା ଅଧିକାରୀମାନେ ସତର୍କ ରହିଥିବା କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ଡ଼ିଜେ ଅନୁମତି କାହାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ତତସହିତ ସାଉଣ୍ଡ ଲାଇଟ ମାଲିକମାନେ ସରକାରୀ ନିୟମ ମୁତାବକ ୬୫ ଡେସିବିଲ ମଧ୍ୟରେ ଲାଉଡ଼ସ୍ପିକର ବଜାଇପାରିବେ, କିନ୍ତୁ ଡିଜେ ବଜାଇପାରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ଆସିବା ଫଳରେ ଏନେଇ ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ଡିଜେକୁ ବ୍ୟାନ କରାଯାଇଥିଲା। ଏଥିସହିତ ଡିଜେ ବଜାଇବା ପାଇଁ କିଛି ନିୟମାବଳୀ ଅନୁସରଣ କରିବାସହ ଉପଜିଲ୍ଲାପାଳଙ୍କ ଅନୁମତି ଅପରିହାର୍ଯ୍ୟ ହୋଇଥିବା ବେଳେ ଡିଜେ ମାଲିକମାନେ ଏହାକୁ ଖୁଲାମଖୁଲା ଉଲଙ୍ଘନ କରିବାରୁ ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଭଳି ଅଭିଯୋଗମାନ ଆସିଥିଲା।

ଉତ୍ତରାୟଣୀ ମନ୍ଦିର ଉପଜିଲ୍ଲାପାଳ ଚିଲିକା ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.