Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡ୍ରାଇଭର ମହାସଂଘର ଧର୍ମଘଟ ଜାରି: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର
ଆଞ୍ଚଳିକ

ଡ୍ରାଇଭର ମହାସଂଘର ଧର୍ମଘଟ ଜାରି: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରର ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର

March 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲିଠାରୁ ଡ୍ରାଇଭର ମହାସଂଘର ଧର୍ମଘଟ ଜାରି ରହିଥିବା ବେଳେ ରାଜ୍ୟରେ ମାଟ୍ରିକ ପରୀକ୍ଷା ମଧ୍ୟ ଜାରି ରହିଛି। ତେବେ ପରୀକ୍ଷା ପାଇଁ ବିଭିନ୍ନ ହବ ସେଣ୍ଟରରୁ ଯେପରି ପ୍ରଶ୍ନପତ୍ର ଅବାଧରେ ପ୍ରତି ବିଦ୍ୟାଳୟରେ ପହଞ୍ଚିପାରିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ତହସିଲଦାର ଏବଂ ବିଡିଓ ମାନେ ନିଜ ନିଜ ଅଞ୍ଚଳରେ ଡ୍ରାଇଭର ମହାସଂଘ ଧର୍ମଘଟ ସମୟରେ କିପରି ପ୍ରଶ୍ନପତ୍ର ହବ ସେଣ୍ଟରରୁ ବିଦ୍ୟାଳୟକୁ ଅବାଧରେ ପହଞ୍ଚିବ, ସେ ବନ୍ଦୋବସ୍ତରେ ଲାଗିପଡିଛନ୍ତି। ଆଜି ସକାଳୁ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ସ୍ଥାନୀୟ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ହବ ସେଣ୍ଟରରେ ପହଞ୍ଚିଥିଲେ।

ଏହାପରେ ତହସିଲଦାରଙ୍କ ନେତୃତ୍ୱରେ ଶିକ୍ଷକମାନେ ସମସ୍ତ ପ୍ରଶ୍ନପତ୍ର ନେଇ ବାଣପୁର ବ୍ଲକର ଆଠ ଗୋଟି ବିଦ୍ୟାଳୟକୁ ପହଞ୍ଚାଇଛନ୍ତି। ପ୍ରଶ୍ନପତ୍ର ନେଇ ଯାଉଥିବା ଟିମକୁ ଧର୍ମଘଟ ସମୟରେ ସୁରକ୍ଷା ଦେବା ଦାଇତ୍ୱ ପ୍ରଶାସନର ବୋଲି ତହସିଲଦାର କହିଛନ୍ତି। ଯଦି ରାସ୍ତାରେ କୌଣସି ସ୍ଥାନରେ ଡ୍ରାଇଭର ମହାସଂଘ ଧର୍ମଘଟ ଲାଗି ପ୍ରଶ୍ନପତ୍ର ନେଇ ଯାଉଥିବା ଟିମଙ୍କ ଗାଡ଼ି ବାଧାପ୍ରାପ୍ତ ହୁଏ, ତେବେ ସଙ୍ଗେସଙ୍ଗେ ନିଜ ଗାଡ଼ିଦ୍ୱାରା ଉକ୍ତ ପ୍ରଶ୍ନପତ୍ରକୁ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚାଇବା ନିମନ୍ତେ ସଜାଗ ଥିବା କହିଛନ୍ତି ତହସିଲଦାର ଶ୍ରୀ ବଡ଼ଜେନା।

ଡ୍ରାଇଭର ମହାସଂଘ ଧର୍ମଘଟ ମାଟ୍ରିକ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026

ଅଭିଜିତ ଦୀପକେ ମୁକ୍ତ: ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ SEM କୋର୍ଟ

October 17, 2026

ବେଆଇନ ନିର୍ମାଣ ଅଭିଯୋଗରେ ଅଜୟ ଦେବଗନ୍‌ଙ୍କ ବଙ୍ଗଳାକୁ ଭାଙ୍ଗିଲା ବିଏମସି

October 17, 2026

ବିସ୍କୁଟରେ ପଶୁ ଚାରା, କ୍ଷୀରରେ ଡିଟର୍ଜେଣ୍ଟ!: ୩ କମ୍ପାନୀ ବିରୋଧରେ FSSAIର ବଡ଼ କାର୍ଯ୍ୟାନୁଷ୍ଠାନ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.