Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ ବିଜେପି ନେତା ସମ୍ବିତ ପାତ୍ର, କଲେ ପୂଜାପାଠ
ଆଞ୍ଚଳିକ

ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ ବିଜେପି ନେତା ସମ୍ବିତ ପାତ୍ର, କଲେ ପୂଜାପାଠ

March 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ ବିଜେପି ନେତା ସମ୍ବିତ ପାତ୍ର, କଲେ ପୂଜାପାଠ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ସପ୍ତମୀ ପରିପ୍ରେକ୍ଷୀରେ ବଡ଼ି ଭୋରରେ ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ସକାଳୁ ମା’ ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଛନ୍ତି। ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ସେଠାରେ ଜାରି ରହିଥିବା ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳ ପରିକ୍ରମା କରିଥିଲେ।

ଆଧ୍ୟାତ୍ମିକ ଚିନ୍ତନରେ ବିଶ୍ୱାସ ରଖୁଥିବା ଶ୍ରୀ ପାତ୍ର ଏହି ନବରାତ୍ରିରେ ନବ ଦିନ ଉପବାସ କରୁଥିବାର ଜଣାପଡିଛି l ଜଣେ ବିଚକ୍ଷଣ ରାଜନେତା ସମେତ ନିଜର ବାକଚତୁରିରେ ବିରୋଧିଙ୍କୁ ଧରାଶାୟୀ କରି ପାରୁଥିବା ଶ୍ରୀ ପାତ୍ର ଆଗାମୀ ପୁରୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ସାତଗୋଟି ନିର୍ବାଚନମଣ୍ଡଳିରେ ନିରନ୍ତର ସଂଗଠନ ଜାରି ରଖିଥିବାର ଦେଖିବାକୁ ମିଳୁଛି।

ଆନୁଷ୍ଠାନିକ ଭାବେ ଘୋଷଣା ନହେଲେ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ରରୁ ଡ଼ା ସମ୍ବିତ ପାତ୍ର ପୁନଶ୍ଚ ବିଜେପି ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଶ୍ଚିତ। ତେବେ ଶ୍ରୀ ପାତ୍ର ଗତ ଲୋକସଭା ନିର୍ବାଚନରେ ଖୁବ କମ ଭୋଟରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ପରାସ୍ତ ହେବା ପରେ ବିଗତ ଚାରିବର୍ଷ ଧରି ପୁରୀ ସଂସଦୀୟ କ୍ଷେତ୍ରରେ ଅହରହ ସଂଗଠନ କରି ଆସୁଛନ୍ତି।

ବାଣପୁର ବିଜେପି ମା’ ଭଗବତୀ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର

May 16, 2026

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026
Latest News

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.