Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେଲେ ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେଲେ ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର

April 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓପିଏସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର। ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏସଡିପିଓ ଭାବେ ଶ୍ରୀ ମିଶ୍ର କାର୍ଯ୍ୟରତ ଥିଲେ। ଭଞ୍ଜନଗର ପୋଲିସ ସବ ଡିଭିଜନରେ ତିନି ବର୍ଷରୁ ଊର୍ଦ୍ଧ୍ଵ ସମୟ କାର୍ଯ୍ୟକାଳରେ ଶ୍ରୀ ମିଶ୍ର ଅନେକ ଜନହିତକର କାର୍ଯ୍ୟ କରି ପ୍ରଶଂସାର ପାତ୍ର ପାଲଟିଥିଲେ। ତତସହିତ ଭଞ୍ଜନଗର ପୋଲିସ ଉପଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଆଜି କାର୍ଯ୍ୟରେ ଯୋଗଦେବା ପରେ ବହୁ ପୋଲିସ ଅଧିକାରୀମାନେ ଶ୍ରୀ ମିଶ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ।

ତେବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା, ଆଇନ ଶୃଙ୍ଖଳା ରକ୍ଷା କରିବା ସହ ବାଣପୁର ଓ ବାଲୁଗାଁ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ନୂତନ ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଥାଉକି ବାଲୁଗାଁ ପୂର୍ବତନ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତାଳଚେର ଏସଡିପିଓ ଭାବେ ନିକଟରେ ବଦଳି ହେବା ପରେ ଉକ୍ତ ପଦବୀ ଖାଲି ପଡିଥିଲା।

ଓପିଏସ ଅଧିକାରୀ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025
Latest News

ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପିର ରଣନୀତି, ଆଜି ମୁଖ୍ୟମନ୍ତ୍ରୀ ଢାଳିବେ 1100 କୋଟି ଟଙ୍କା

October 6, 2025

ଆଜି ହେଉଛି କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏପରି କାମ, ମିଳିବ ସଫଳତା

October 6, 2025

ସୱାଇ ମାନସିଂହ ହସ୍ପିଟାଲର ଆଇସିୟୁରେ ବଡ଼ ଅଗ୍ନିକାଣ୍ଡ: ଛଅ ରୋଗୀଙ୍କ ମୃତ୍ୟୁ

October 6, 2025

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

October 6, 2025

ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ମିଳିବ ଆଶୀର୍ବାଦ

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.