Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ, କାର୍ଯ୍ୟାନୁଷ୍ଠାନ ଦାବି
ଆଞ୍ଚଳିକ

ବାଣପୁର: ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ, କାର୍ଯ୍ୟାନୁଷ୍ଠାନ ଦାବି

April 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସାରା ରାଜ୍ୟରେ ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ସରକାରୀ ହାଇସ୍କୁଲ, ବାଣପୁର ସରକାରୀ ହାଇସ୍କୁଲ ୧ ଓ ୨ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସୋନାଲି ସାହୁ, ସ୍ମୃତିପ୍ରଭା ପ୍ରଧାନଙ୍କ ସମେତ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଅନଲାଇନରୁ ପାଇଥିବା ଆଡମିଟ କାର୍ଡରେ ପରୀକ୍ଷା ସେଣ୍ଟରର ନାମ ବାଣପୁର ହାଇସ୍କୁଲ ୨, ଏକଡାଳିଆ, କୁମାରାଙ୍ଗ ବୋଲି ମୁଦ୍ରିତ ହୋଇଥିଲା। ଯାହାକି ଉଭୟ ସ୍କୁଲର ଦୂରତା ପ୍ରାୟ ପାଞ୍ଚ କିଲୋମିଟର ଅଟେ। ଯାହାଫଳରେ ଅଭିଭାବକ ମାନେ ପରୀକ୍ଷା ସେଣ୍ଟର ପାଇଁ ଦ୍ୱନ୍ଦ୍ୱରେ ପଡି ଏକଡାଳିଆ ହାଇସ୍କୁଲକୁ ଯାଇ ପରୀକ୍ଷା ହେଉ ନଥିବା ଜାଣି ନିରାଶ ହୋଇ ଫେରିଥିଲେ।

ଜେଣ ତେଣ ପ୍ରକାରରେ ହନ୍ତସନ୍ତ ହୋଇ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପହଞ୍ଚିଥିଲେ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ଜଣାଯାଇଛି। ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏ ପରିପ୍ରେକ୍ଷୀରେ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲିଙ୍କୁ ପଚାରିବାରୁ ଆମେ କେବଳ ପରୀକ୍ଷା ପରିଚାଳନା କରୁଛୁ। ଆଡମିଟ କାର୍ଡ ପ୍ରଦାନ କରିବା ଆମର ଦାଇତ୍ୱ ନୁହେଁ କି କୌଣସି ଅଭିଭାବକ ଆଡମିଟ କାର୍ଡ ତ୍ରୁଟିନେଇ ଆମ୍ଭ ସାଥିରେ ଯୋଗାଯୋଗ କରି ନାହାନ୍ତି। ତଥାପି ପରୀକ୍ଷା ଦେବାକୁ ଆସି କୌଣସି ଛାତ୍ରଛାତ୍ରୀ ଫେରିକି ଯାଇନଥିବା ଶ୍ରୀଯୁକ୍ତ ଜାଲି କହିଛନ୍ତି।

ତେବେ ବାଣପୁର ବ୍ଲକରେ ସମୁଦାୟ ୩୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେଥିରୁ ୯୬ ଜଣ ଅନୁପସ୍ଥିତ ଥିବା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜାଲି କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି ଏବଂ ଏ ଦିଗରେ ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।

କାର୍ଯ୍ୟାନୁଷ୍ଠାନ ଦାବି ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.