ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଧରି କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ବିଜୟ କୁମାର ରାଉତଙ୍କୁ ଆଜି ମହାବିଦ୍ୟାଳୟ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମେ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର କଳ୍ପନା ଦାଶ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ପ୍ରକାଶିତ ଏକ ଅଭିନନ୍ଦନିକା ଉନ୍ମୋଚିତ ହୋଇଥଲା। ଏହାପରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର କଳ୍ପନା ଦାଶ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ଅଧ୍ୟାପିକା ସୁନିତା ନନ୍ଦ, ସ୍ୱାତୀ ସ୍ଵାଗତିକା ସାହୁ, ଅମ୍ରିତା ନନ୍ଦ, କ୍ରିଷ୍ଣା ସେଠୀ, କୀର୍ତ୍ତି ମୟୀ ବାରିକ, ମନସ୍ବିନୀ ପଟ୍ଟନାୟକ, ସୁବ୍ରତ ତ୍ରିପାଠୀ, ଶିବରାମ ସିଂ, ପ୍ରଦୀପ ପାଢ଼ୀ, ଧୋବୀ ଚରଣ ପରିଡ଼ା, ରୋଜାଲିନ ମିଶ୍ର ପମୁଖ କ୍ରୀଡ଼ା ପ୍ରଶିକ୍ଷକ ବିଜୟ ରାଉତଙ୍କ ନିଷ୍ଠାପର ସେବା, ସର୍ଜନାତ୍ମକ କାର୍ଯ୍ୟକ୍ରମ, କ୍ରୀଡ଼ାତ୍ମକ କାର୍ଯ୍ୟକ୍ରମ, ମୋ କଲେଜ ଅଭିଯାନରେ ସମ୍ପୃକ୍ତି ଓ ଅବଦାନ ସମ୍ପର୍କରେ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ।
ଏହି ଅବସରରେ ଅଧ୍ୟକ୍ଷl ଶ୍ରୀମତୀ ରାଉତ ସେବା ନିବୃତ୍ତ କ୍ରୀଡ଼ା ଶିକ୍ଷକ ବିଜୟ ରାଉତଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକକର୍ମଚାରୀଙ୍କ ପକ୍ଷରୁ ଉପଢୌକନ, ମାନପତ୍ର, ଫୁଲତୋଡ଼ା ଓ ଉପହାର ପ୍ରଦାନ କରିଥିଲେ। ଶେଷରେ ବିଦାୟୀ ଶିକ୍ଷକ ଶ୍ରୀ ରାଉତ ମହାବିଦ୍ୟାଳୟରେ ବିତାଇଥିବା ଛତିଶ ବର୍ଷର କର୍ମମୟ ଜୀବନର ଅଭିଜ୍ଞତା ଭାବ ବିହ୍ଵଳ ଭାବେ ବର୍ଣ୍ଣନା କରିଥିଲେ।
ପ୍ରକାଶ ଥାଉକି କ୍ରୀଡା ପ୍ରଶିକ୍ଷକ ଶ୍ରୀ ରାଉତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକବାର ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ କୋଚ, ମ୍ୟାନେଜର, ରେଫେରୀ ଭାବେ ପ୍ରତିନିଧିତ୍ୱ କରି ଅନେକ ଗାରିମା ସୃଷ୍ଟି କରିବା ସହ ମହାବିଦ୍ୟାଳୟ ସ୍ତରରେ ମୋ କଲେଜ ଅଭିଯାନରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହ ସମସ୍ତ କୃତିତ୍ୱକୁ ନେଇ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତୀୟ ବକ୍ତବ୍ୟ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ସନ୍ତୋଷ କୁମାର ରଥ। କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।