Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

May 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟରେ ଦୀର୍ଘ ୩୬ ବର୍ଷ ଧରି କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରି ଅବସରଗ୍ରହଣ କରିଥିବା ବିଜୟ କୁମାର ରାଉତଙ୍କୁ ଆଜି ମହାବିଦ୍ୟାଳୟ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମେ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର କଳ୍ପନା ଦାଶ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ଶ୍ରୀ ରାଉତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ପରେ ମୁଖ୍ୟ କିରାଣୀ ସୁଧାକର ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟଙ୍କ ସଂଯୋଜନାରେ ପ୍ରକାଶିତ ଏକ ଅଭିନନ୍ଦନିକା ଉନ୍ମୋଚିତ ହୋଇଥଲା। ଏହାପରେ ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର କଳ୍ପନା ଦାଶ, ଡକ୍ଟର କୈଳାଶ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ଅଧ୍ୟାପିକା ସୁନିତା ନନ୍ଦ, ସ୍ୱାତୀ ସ୍ଵାଗତିକା ସାହୁ, ଅମ୍ରିତା ନନ୍ଦ, କ୍ରିଷ୍ଣା ସେଠୀ, କୀର୍ତ୍ତି ମୟୀ ବାରିକ, ମନସ୍ବିନୀ ପଟ୍ଟନାୟକ, ସୁବ୍ରତ ତ୍ରିପାଠୀ, ଶିବରାମ ସିଂ, ପ୍ରଦୀପ ପାଢ଼ୀ, ଧୋବୀ ଚରଣ ପରିଡ଼ା, ରୋଜାଲିନ ମିଶ୍ର ପମୁଖ କ୍ରୀଡ଼ା ପ୍ରଶିକ୍ଷକ ବିଜୟ ରାଉତଙ୍କ ନିଷ୍ଠାପର ସେବା, ସର୍ଜନାତ୍ମକ କାର୍ଯ୍ୟକ୍ରମ, କ୍ରୀଡ଼ାତ୍ମକ କାର୍ଯ୍ୟକ୍ରମ, ମୋ କଲେଜ ଅଭିଯାନରେ ସମ୍ପୃକ୍ତି ଓ ଅବଦାନ ସମ୍ପର୍କରେ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷl ଶ୍ରୀମତୀ ରାଉତ ସେବା ନିବୃତ୍ତ କ୍ରୀଡ଼ା ଶିକ୍ଷକ ବିଜୟ ରାଉତଙ୍କୁ ଶିକ୍ଷକ ଓ ଅଣ ଶିକ୍ଷକକର୍ମଚାରୀଙ୍କ ପକ୍ଷରୁ ଉପଢୌକନ, ମାନପତ୍ର, ଫୁଲତୋଡ଼ା ଓ ଉପହାର ପ୍ରଦାନ କରିଥିଲେ। ଶେଷରେ ବିଦାୟୀ ଶିକ୍ଷକ ଶ୍ରୀ ରାଉତ ମହାବିଦ୍ୟାଳୟରେ ବିତାଇଥିବା ଛତିଶ ବର୍ଷର କର୍ମମୟ ଜୀବନର ଅଭିଜ୍ଞତା ଭାବ ବିହ୍ଵଳ ଭାବେ ବର୍ଣ୍ଣନା କରିଥିଲେ।

ପ୍ରକାଶ ଥାଉକି କ୍ରୀଡା ପ୍ରଶିକ୍ଷକ ଶ୍ରୀ ରାଉତ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକବାର ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ କୋଚ, ମ୍ୟାନେଜର, ରେଫେରୀ ଭାବେ ପ୍ରତିନିଧିତ୍ୱ କରି ଅନେକ ଗାରିମା ସୃଷ୍ଟି କରିବା ସହ ମହାବିଦ୍ୟାଳୟ ସ୍ତରରେ ମୋ କଲେଜ ଅଭିଯାନରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିଛନ୍ତି। ଏଥିସହ ସମସ୍ତ କୃତିତ୍ୱକୁ ନେଇ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତୀୟ ବକ୍ତବ୍ୟ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ସନ୍ତୋଷ କୁମାର ରଥ।  କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।

ବାଲୁଗାଁ ମହାବିଦ୍ୟାଳୟ ବିଦାୟ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Latest News

ବିଜେପି ଛାଡିବା ପରେ ଏବେ କଣ କରିବେ ଶହଜାଦ ପୁନାୱାଲା?: କହିଲେ ଯୋଜନା

August 17, 2026

ଗୋଆରେ କଂଗ୍ରେସକୁ ଝଟକା!: ଖଡଗେଙ୍କ ବୈଠକ ପୂର୍ବରୁ ଇସ୍ତଫା ଦେଲେ ୧୦୮ ବିଏଲଏ

August 17, 2026

ନଦୀରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ: ମୃତ ଘୋଷଣା କଲେ ଡାକ୍ତର

August 17, 2026

ଛାତ୍ରଛାତ୍ରୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଝାଡ଼ଖଣ୍ଡ ସରକାର!: ରଦ୍ଦ ହେବ ୧୪ତମ JPSC ପରୀକ୍ଷା

August 17, 2026

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.