ବାଣପୁରରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କଲା ବାଲୁଗାଁ ଅବକାରୀ ବିଭାଗ

Published: Jul 26, 2023, 6:53 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି। ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଙ୍କ ନେତୃତ୍ୱରେ ଏକ ଟିମ ବାଲେଡିହ ଗ୍ରାମ ଛକରେ ଚଢ଼ାଉ କରି କୋଷରଡ଼ା ଗ୍ରାମର ଅଭିଯୁକ୍ତ ଲବ ଶବର (୨୩) ଙ୍କୁ ଗିରଫ କରିଛନ୍ତି। ଲବଙ୍କ ନିକଟରୁ ଏକ ବାଇକ ସହ ସମୁଦାୟ ୨୨୫ ଲିଟର ଦେଶୀ ମଦ ଜବତ ହୋଇଛି।

ଲବ ଉକ୍ତ ଦେଶୀ ମଦ ନିଜ ଗ୍ରାମରୁ ଆଣି ବେପାର ଉଦ୍ଦେଶ୍ୟରେ ବାଣପୁର ଅଭିମୁଖେ ଆସୁଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Related posts