ବାଣପୁର: ଅଟୋରୁ ପଡ଼ି ଶ୍ରମିକ ମୃତ

Published: Aug 9, 2023, 7:05 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  ଚଳନ୍ତା ଅଟୋରୁ ପଡ଼ି ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି।

ଖବର ମୁତାବକ ଆଜି ସକାଳୁ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମର ୮ ଜଣ ଶ୍ରମିକ ଧାନ ରୋଇବା ନିମନ୍ତେ କାର୍ଯ୍ୟ ଅନ୍ୱେଷଣରେ ବାଣପୁର ଅଭିମୁଖେ ଏକ ଅଟୋରେ ଆସୁଥିଲେ। ତେବେ ସକାଳ ପାଖାପାଖି ୬ ଘଟିକା ସମୟରେ ଅଟୋର ପଛ ପାର୍ଶ୍ୱରେ ବସିଥିବା ଶ୍ରମିକ ସ୍ବର୍ଗତ ଚେମା ଗୌଡ଼ଙ୍କ ପୁତ୍ର ପୀତବାସ ଗୌଡ଼ (୪୫) ଅସାବଧାନତା ବଶତଃ ଅଟୋରୁ ଖସି ପଡିଥିଲେ। ପ୍ରତାପ ଗ୍ରାମ ନିକଟସ୍ଥ ଶାଳିଆ ଡ୍ୟାମ ଉପର କେନାଲ ରୋଡରେ ଏହି ଦୁର୍ଘଟଣା ଘଟିଥିଲା।

ସଙ୍ଗେ ସଙ୍ଗେ ସାଥି ଶ୍ରମିକ ମାନେ ତାଙ୍କୁ ବାଣପୁର ମେଡିକାଲ ଆଣିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ଡାକ୍ତରଙ୍କ ସୂଚନା କ୍ରମେ ବାଣପୁର ପୋଲିସ ବର୍ତ୍ତମାନ ମେଡିକାଲ ପହଞ୍ଚି ଶବ ଜବତ କରିଛି।

Related posts