Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ
ଆଞ୍ଚଳିକ

ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧରଙ୍କ ଜୟନ୍ତୀ ପାଳିତ

August 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

‘ପ୍ରତିକୁଳ ପରିବେଶରେ କବି ଗଙ୍ଗାଧରଙ୍କ ପ୍ରତିଭାର ସ୍ଫୁରଣ ଯେପରି ଘଟିଥିଲା, ତାଙ୍କର ଆଦର୍ଶକୁ ଅନୁକରଣ କରି ଓଡ଼ିଆ ଭାଷା , ଜାତିର ସ୍ୱାଭିମାନ ରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ହେଲେ ଏହି ଜୟନ୍ତୀ ପାଳନର ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେ ବିଦ୍ୟାର୍ଥୀମାନଙ୍କୁ ନିଜର ଅଭିଭାଷଣରେ କହିଥିଲେ।’

ବିଦ୍ୟାଳୟର ସମସ୍ତ ନିରୀକ୍ଷକ-ନିରୀକ୍ଷିକା ଓ ଓଡ଼ିଆ ବିଭାଗର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କବି ମେହେରଙ୍କ ଫଟୋଚିତ୍ରରେ ଭକ୍ତିସୁମନ ଅର୍ପଣ କରିଥିଲେ।

ଦଶମ ଶ୍ରେଣୀର ଛାତ୍ରୀ ଖୁସବୁ ସିଂ କବିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା
ବେଳେ ସପ୍ତମ ଶ୍ରେଣୀର ଛାତ୍ରୀ ସ୍ୱାତିସ୍ନିଗ୍‌ଧା ନାୟକ କବିଙ୍କ ରଚିତ ‘ବିଶ୍ୱ ଜୀବନ ହେ’
ଗାନ କରିଥିଲେ।

ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରୀତିଶ୍ ସୁନ୍ଦର ବେହେରା କବିଙ୍କ ‘କର୍ମଗୁଣ’ କବିତାକୁ ଆବୃତ୍ତି କରିଥିଲେ।

ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବବେଳେ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ ଝରଣା ମିଶ୍ର, କ୍ଷଣପ୍ରଭା ନନ୍ଦ, ସୁଜାତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଶକ୍ତି ପ୍ରସନ୍ନ ମହାନ୍ତି, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର କର, ଅଶୋକ କୁମାର ଗୁଇଁଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ଜୟନ୍ତୀ ପାଳିତ ଡିଏଭି ପୋଖରୀପୁଟ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

October 12, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026
Latest News

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026

ପ୍ରଥମ ବିମଷ୍ଟେକ୍ ଗୃହମନ୍ତ୍ରୀସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.