Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର
ଆଞ୍ଚଳିକ

ଚିଲିକାରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

August 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ଚିଲିକାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ।

ପଦଯାତ୍ରାର ପ୍ରଥମ ଚରଣରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱ ଗଙ୍ଗାଧରପୁର ରେଳ ଷ୍ଟେସନ୍ ଯାଇ ଷ୍ଟେସନର ଉନ୍ନତି ପାଇଁ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିଥିଲେ।

ଏହା ପରେ ବାଣପୁର ବ୍ଲକର ବିଷ୍ଣୁଡିହ ପଞ୍ଚାୟତରେ ଅନୁଷ୍ଠିତ ପଦ ଯାତ୍ରାରେ ସାମିଲ ହେଇ ମୋଦି ସରକାର ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ପଞ୍ଚାୟତବାସୀଙ୍କୁ ଅବଗତ କରିଥିଲେ। ପଦଯାତ୍ରା ସମୟରେ ସମ୍ବିତ ପାତ୍ର ଶକୁନ୍ତଳା ମୁଦୁଲିଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବୁଝିଥିଲେ ତଥା ଶକୁନ୍ତଳା ମୁଦୁଲି ସମ୍ବିତ ପାତ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ।

ସୂଚନା ଥାଉକି ଶକୁନ୍ତଳା ମୁଦୁଲି କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ନିଜ ଭାଇଙ୍କୁ ହରାଇଥିଲେ, ଏଥି ଯୋଗୁଁ ସମ୍ବିତ ପାତ୍ର ଶକୁନ୍ତଳାଙ୍କ ସମସ୍ତ ପାଠ ପଢା ଖର୍ଚ୍ଚ ବୁଝୁଛନ୍ତି।

ଏହି ପଦଯାତ୍ରାରେ ଜିଲ୍ଲାର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ସାମିଲ ହେଇଥିଲେ।

ଚିଲିକା ନିର୍ବାଚନ ମଣ୍ଡଳୀ ବିଜେପି ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ପ୍ରବକ୍ତା ସଂପର୍କରୁ ସମର୍ଥନ ଅଭିଯାନ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026
Latest News

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.