ବାଣପୁର: ବିଷାକ୍ତ ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ

Published: Sep 21, 2023, 7:37 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ମନଇଛାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ମୁତାବକ ଉକ୍ତ ଗ୍ରାମର ରବୀନ୍ଦ୍ର ସାହୁଙ୍କ ଝିଅ ରୁପାଲୀ ସାହୁ (୧୩) ନିଜ ଘର ବାଡ଼ିପଟେ ଥିବା ପାଇଖାନାକୁ ଯିବା ସମୟରେ ଏକ ବିଷାକ୍ତ ସାପ ଉପରେ ଅଜାଣତରେ ଗୋଡ଼ ପଡିଯିବାରୁ ସାପଟି ରୁପାଲିଙ୍କୁ କାମୁଡି ଦେଇଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ।

କିନ୍ତୁ ରୁପାଲୀଙ୍କର ଅଧା ବାଟରେ ପ୍ରାଣବାୟୁ ଚାଲିଯାଇଥିବା ପରିବାର ଲୋକେ ଅନୁମାନ କରିଥିଲେ। ରୁପାଲୀଙ୍କୁ ପୁଣି ଡାକ୍ତରଖାନାକୁ ଫେରାଇ ଆଣିବାରେ ବାଣପୁର ଡାକ୍ତର ମୃତ ଘୋଷଣା କରିଥିଲେ।  ଖବର ପାଇ ବାଣପୁର ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

Related posts