Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ, କବିତା ପାଠୋତ୍ସବ
ଆଞ୍ଚଳିକ

କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ, କବିତା ପାଠୋତ୍ସବ

October 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): “ଉଠ କଙ୍କାଳ” ପରି କାଳଜୟୀ ଉଦବୋଧନୀ କବିତାର ରଚୟିତା , “ନିଆଁଖୁଣ୍ଟା” ପରି ପ୍ରତିଷ୍ଠିତ ବ୍ୟଙ୍ଗ ପତ୍ରିକାର ସଂପାଦକ, ମାଗୁଣିର ଶଗଡ଼, ନୀଳମାଷ୍ଟ୍ରାଣୀ, ପରି ଖ୍ୟାତି ସଂପର୍ଣ୍ଣ ମାନବବାଦୀ ଗଳ୍ପର ଗାଳ୍ପିକ, ଔପନାସିକ କବି ଗୋଦାବରୀଶ ମହାପାତ୍ରଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସହିତ ଶତାଧିକ ପ୍ରତିଷ୍ଠିତ କବିମାନଙ୍କ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବ ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର, ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟକୁମାର ଶତପଥୀ, ମୁଖ୍ୟ ବକ୍ତା ସୁସାହିତ୍ୟିକ ନାଟ୍ୟକାର ସୁବାସ ଚନ୍ଦ୍ରମହାପାତ୍ର, ସମ୍ମାନନୀୟବକ୍ତା ଗାଳ୍ପିକ ଶିବ ମିଶ୍ର ଓ ନୃସିଂହ ପ୍ରସାଦ ମିଶ୍ର ଯୋଗଦାନ କରି ମହାପାତ୍ର ସାହିତ୍ୟର ପୁଙ୍ଖା ନୁପୁଙ୍ଖ ଆଲୋଚନା କରି ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ତାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ବ୍ୟଙ୍ଗ, ସମାଲୋଚନା, ସଂସ୍କାର ଧର୍ମୀ ଓ ମାନବ ବାଦୀ ଗଳ୍ପ କବିତା ଚିରକାଳ ଧରି ଓଡ଼ିଆସାହିତ୍ୟର ପାଠକଙ୍କ ହୃଦୟରେ ଜାଜୁଲ୍ୟମାନ ହେଉଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଏବଂ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବରେ ଲବ୍ଧ ପ୍ରତିଷ୍ଠ କବି ଓମପ୍ରକାଶ ଅଗ୍ରୱଲା, ଭିକାରୀଚରଣ ପ୍ରଧାନ, ମଦନ ମୋହନ ମହାପାତ୍ର, ଆନନ୍ଦଚନ୍ଦ୍ରସେନାପତି,ରଙ୍କ ନାଥ ସେଠୀ, ରମେଶ ଚନ୍ଦ୍ର ମହାପାତ୍ର, ରଶ୍ମିତା ମିଶ୍ର, ପ୍ରିୟ ଦର୍ଶିନୀ ମହାରଣା, ସୁଶାନ୍ତ ଦାଶ, ଶିଶିର ଦାସ, ଶେଷଦେବ ମହାରଣା, ରାଜେନ୍ଦ୍ର ରଥ, ଗୋଲକ ବିହାରୀ ପରୀଡ଼ା, ବୈରାଗୀ ବଳ, ରବିମାନସିଂ ,ଡଃ ନୃସିଂହ ପ୍ରଧାନ, ଦେବା ଶୀଷ ପଟ୍ଟନାୟକ, ସମେତ ଶତାଧିକ ସାରସ୍ଵତ ପ୍ରତିଭା ସ୍ଵରଚିତ କବିତା ଆବୃତ୍ତି କରି ଗୋଦାବରୀଶ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଅଧ୍ୟାପକ ଡଃ କୈଳାସ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦକ ଅଧ୍ୟାପକ ଡଃ ଲକ୍ଷ୍ମୀ ଧରସୁବୁଦ୍ଧି ଧନ୍ୟବାଦାର୍ପଣ କରିଥିଲେ।

କବିତା ପାଠୋତ୍ସବ ଗୋଦାବରୀଶ ମହାପାତ୍ର ଜୟନ୍ତୀ ସମାରୋହ ନିଆଁଖୁଣ୍ଟା ନେହେରୁ ସେବା ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.