Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ ହାତ କାର୍ଯ୍ୟକ୍ରମ
ଆଞ୍ଚଳିକ

ରଣପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଘରେ ଘରେ ହାତ କାର୍ଯ୍ୟକ୍ରମ

October 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଓଡିଶା ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାରେ ସତ୍ୟବ୍ରତ ନାୟକ ଓଡିଶାବିଜେଡି ଓ ବଜେପି ସରକାରଙ୍କର ପ୍ରତିଶୃତି ଓ ପ୍ରତାରଣର ଶିକାର ହୋଇଥିବା ମତ ଦେଇ ଥିଲେ। କୃଷକ, ବେକାରୀ ଯୁବକଯୁବତୀଙ୍କୁ ବର୍ଷକୁ ୨ ଲକ୍ଷ ନିଯୁକ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା, ବସ୍ତି ବାସିନ୍ଦା ଗରିବ ଭୂମିହୀନଙ୍କୁ ଦେଇଥିବା ପ୍ରତିଶ୍ରୁତି, ବିଜେଡ଼ି ସରକାରର ୨୩ ବର୍ଷର ଚିଠି ଫଣ୍ଡ, ଖଣି, ଡାଲି ଭଳି ମହାଦୁର୍ନୀତି କରିଛନ୍ତି ବୋଲି ମତଦେଇ ଛନ୍ତି।

କେନ୍ଦ୍ରର ବିଜେପି ସରକାରଙ୍କ ବର୍ଷକୁ ୨ କୋଟି ନିଯୁକ୍ତିର ପ୍ରତିଶୃତି, ସ୍ୱିଚ ବ୍ୟାଙ୍କରେ ଥିବା କଳାଧନ ଫେରସ୍ତ,ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ, ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ଦରଦାମ ସହିତ, ଖାଇଵା ତେଲ, ଡାଲି, ଚୁଡା ଗୁଡ ଉପରେ ଜି ଏସ ଟି ଲାଗୁ ଯୋଗୁଁ ଦରଦାମ ହୁ ହୁ ହୋଇ ବଢିବା ଦ୍ୱାରା ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହଉଛନ୍ତି। ଜି ଏସ ଟି ଯୋଗୁଁ ଭାରତ ବର୍ଷର ବହୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇ ଯାଇଅଛି। ବରିଷ୍ଠ ନାଗରିକଙ୍କ ଟ୍ରେନ ଯାତ୍ରା କରିବା ନିମନ୍ତେ ସୁବିଧା ସୁଯୋଗକୁ ବନ୍ଦ କରିଦିଆ ଗଲା। ଏହି ସବୁ ସମସ୍ୟା ନେଇ କଂଗ୍ରେସ କର୍ମୀ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସାହି ସାହି ଘର ଘର ବୁଲି ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ। ବିଜେଡି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ନୀତି ସ୍ଲୋଗାନ ଏବଂ ପ୍ରଗତିର ସଂକଳ୍ପ ରାଜ୍ୟରେ କଂଗ୍ରେସ ହିଁ ବିକଳ୍ପ ସ୍ଲୋଗାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଳକୃଷ୍ଣ ଷଡ଼ଙ୍ଗୀ, ମୀର ଅବୁବକର ସିଦ୍ଧିକ,ପ୍ରତିମାଜେନା, ପ୍ରକାଶ ଚନ୍ଦ୍ର ନାୟକ,ସୁଦର୍ଶନ ପ୍ରଧାନ ଶରତ ମହାପାତ୍ର, ନବ ସାଠୁଆ ସୁଧାକର ପାଇକରା, ଦିଲ୍ଲୀପ ସେନାପତି, ସୁରେଶ ମହାରଣା, ଶିଶିର ଭଞ୍ଜ, ମିଟୁ ପ୍ରଧାନ, ହୃଦାନନ୍ଦ କାଣ୍ଡି, ବୁଲୁ ନାୟକ, ଦିଲୀପ ମାଲିକ, ଜିତେନ୍ଦ୍ର ରଣସିଂହ, ଅଖିଳ ପ୍ରଧାନ, ପ୍ରମୁଖ ଶତାଧିକ କଂଗ୍ରେସକର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ରଣପୁର ଘର ଘର ବୁଲିଥିଲେ।

କଂଗ୍ରେସ ରଣପୁର ବ୍ଲକ ଶରତ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026
Latest News

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ବୋଲରଙ୍କୁ କଠୋର ଦଣ୍ଡ: କାର୍ଯ୍ୟାନୁଷ୍ଠାନ ନେଲା ICC

July 16, 2026

ବଙ୍ଗୋପସାଗରରେ ବୁଡ଼ିଗଲା ରୋହିଙ୍ଗା ଶରଣାର୍ଥୀଙ୍କ ଦୁଇଟି ଡଙ୍ଗା: ୫୦୦ ରୁ ଅଧିକ ମୃତ୍ୟୁ ଆଶଙ୍କା

July 16, 2026

ଏବେ ବିନା ସଂଯୋଗରେ କିଛି ମିନିଟରେ ଘରକୁ ଆସିବ LPG ସିଲିଣ୍ଡର: ଜାଣନ୍ତୁ କେମିତି?

July 16, 2026

ସିଏସଏମ୍ ଟେକ୍ ର ସଫଳତା: ହାସଲ କଲା ବିଶ୍ୱ ବ୍ୟାଙ୍କ ସହାୟତା ମାଲାୱିର ଡିଜିଟାଲ୍ ପ୍ରୋକ୍ୟୁରମେଣ୍ଟ ପ୍ରକଳ୍ପ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.