Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ
ଆଞ୍ଚଳିକ

ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ

October 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିକଟାଳ ଶବ୍ଦ କରି ବୁଲେଟ ମଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବୁଲେଟ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ବାଲୁଗାଁ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ବିଶେଷ କରି ବୁଲେଟ ମଟରସାଇକେଲରେ ବିକଟାଳ ଶବ୍ଦ ସୃଷ୍ଟି କରି ଦିନରାତି ବାଲୁଗାଁ ବଜାରରେ ବାଇକ ଚଲାଉଛନ୍ତି ଅମାନିଆ।

ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲୁଗାଁ ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଜୟପ୍ରକାଶ ପରିଡ଼ା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ବୁଲେଟ ମଟରସାଇକେଲ ଜବତ କରିଛନ୍ତି ଆଇଆଇସି।

ଆସନ୍ତାକାଲି ଉକ୍ତ ବୁଲେଟ ଗୁଡ଼ିକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ପାଇପ କଢ଼ାଯିବ ଏବଂ ବୁଲେଟ ମାଲିକମାନେ ଉପଯୁକ୍ତ ସାଇଲେନ୍ସର ପାଇପ ଲଗାଇବା ପରେ ଗାଡି ଗୁଡିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ତେବେ ବାଲୁଗାଁ ପୋଲିସର ଉକ୍ତ ପଦକ୍ଷେପକୁ ସବୁ ବର୍ଗ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ଅନୁରୂପ ଭାବେ ବାଣପୁର ପୋଲିସ ମଧ୍ୟ ଏଭଳି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

ବାଲୁଗାଁ ପୋଲିସ ବିକଟାଳ ଶବ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026

OTT ପ୍ଲାଟଫର୍ମରେ ହଇଚଇ ସୃଷ୍ଟି କରୁଛି ୨ ଘଣ୍ଟା ୨୦ ମିନିଟର ତାମିଲ ଫିଲ୍ମ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.