Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ
ଆଞ୍ଚଳିକ

ମହଙ୍ଗା ପଡ଼ିଲା ବିକଟାଳ ଶବ୍ଦ କରି ମଟରସାଇକେଲ ଚଳାଇବା: ଏକାଧିକ ବୁଲେଟ ଜବତ କଲା ବାଲୁଗାଁ ପୋଲିସ

October 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବିକଟାଳ ଶବ୍ଦ କରି ବୁଲେଟ ମଟରସାଇକେଲ ଚଳାଇବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଏକାଧିକ ବୁଲେଟ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ବାଲୁଗାଁ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ଅମାନିଆ ବାଇକ ଚାଳକ। ଏକାଧିକ ବାଇକ ଚାଳକମାନେ ନିଜ ବାଇକରେ ବିକଟାଳ ଶବ୍ଦ ସୃଷ୍ଟି କରିବା ଭଳି ଯନ୍ତ୍ରପାତି ଲଗାଇ କ୍ଷିପ୍ର ଗତିରେ ବଜାରରେ ବାଇକ ଚଳାଉଛନ୍ତି। ବିଶେଷ କରି ବୁଲେଟ ମଟରସାଇକେଲରେ ବିକଟାଳ ଶବ୍ଦ ସୃଷ୍ଟି କରି ଦିନରାତି ବାଲୁଗାଁ ବଜାରରେ ବାଇକ ଚଲାଉଛନ୍ତି ଅମାନିଆ।

ତେବେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବାଲୁଗାଁ ପୋଲିସ। ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଜୟପ୍ରକାଶ ପରିଡ଼ା ଆଜି ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବାଲୁଗାଁ ବଜାରରେ ପିକେଟିଂ ଜାରି ରଖିଥିଲେ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବୁଲେଟ ଚାଳକ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ସମୁଦାୟ ୫ ଗୋଟି ବୁଲେଟ ମଟରସାଇକେଲ ଜବତ କରିଛନ୍ତି ଆଇଆଇସି।

ଆସନ୍ତାକାଲି ଉକ୍ତ ବୁଲେଟ ଗୁଡ଼ିକରୁ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ପାଇପ କଢ଼ାଯିବ ଏବଂ ବୁଲେଟ ମାଲିକମାନେ ଉପଯୁକ୍ତ ସାଇଲେନ୍ସର ପାଇପ ଲଗାଇବା ପରେ ଗାଡି ଗୁଡିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ତେବେ ବାଲୁଗାଁ ପୋଲିସର ଉକ୍ତ ପଦକ୍ଷେପକୁ ସବୁ ବର୍ଗ ସ୍ୱାଗତ କରିବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି। ଅନୁରୂପ ଭାବେ ବାଣପୁର ପୋଲିସ ମଧ୍ୟ ଏଭଳି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

ବାଲୁଗାଁ ପୋଲିସ ବିକଟାଳ ଶବ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026

ନେହେରୁ ସେବା ସଂଘରେ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ

November 16, 2026
Latest News

ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡିରୁ ମିଳିଲା ଲକ୍ଷାଧିକ ଟଙ୍କା ଓ ରୂପାର ଗହଣା

November 18, 2026

ICC ରାଙ୍କିଙ୍ଗ: ବୋଲିଂରେ ବଡ଼ ଲମ୍ଫ ମାରିଲେ ଅର୍ଶଦୀପ ଓ ଅକ୍ସର, ଦେଖନ୍ତୁ ବ୍ୟାଟିଂ ସ୍ଥିତି

November 18, 2026

ଏସିଏଫ୍ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ

November 18, 2026

IPL-୨୦୨୭ ନିଲାମରେ କେଉଁ ଦଳ ପାଖରେ କେତେ ଟଙ୍କା: ଦେଖନ୍ତୁ ସମସ୍ତ ୧୦ ଫ୍ରାଞ୍ଚାଇଜର ପର୍ସ 

November 18, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଭିଜ୍ଞ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ ପ୍ରଦାନ କରାଯାଇଛି : ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.