Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ଗୋ’ ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ବାଣପୁରରେ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ
ଆଞ୍ଚଳିକ

‘ଗୋ’ ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ବାଣପୁରରେ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ୭୨ ତମ “ଗୋ” ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି। କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା ଯେପରି ଅସମ୍ଭବ, ଗୋମାତା ବିନା ମଣିଷ ବଞ୍ଚିବା କଷ୍ଟକର। କ୍ଷୀର ଠାରୁ ଗୋବର ପର୍ଯ୍ୟନ୍ତ ଗୋମାତା ଯୋଗାଉଥିବା ବେଳେ ସେମାନଙ୍କର ଯତ୍ନ ପ୍ରତି କାହାର ଧ୍ୟାନ ନାହିଁ। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗାଈ ଗୋରୂଙ୍କୁ ଦେଖିବା ସ୍ଵପ୍ନ ହୋଇପଡୁଛି।

ଏଥିରେ ପ୍ରାଣୀ ସମ୍ପଦ ବିଭାଗ ଖୋର୍ଦ୍ଧା ଆନୁକୂଲ୍ୟରେ ଓ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ପଟ୍ଟନାୟକ ତତ୍ତ୍ଵାବଧାନରେ ଏହି ଶିବର ଅନୁଷ୍ଠିତ ହୋଇଥିଲା ସାନହନ୍ତୁଆଡ଼ ଗ୍ରାମର ସତାଧିକ ଗୋ ପାଳକ ଭାଇ ଭଉଣୀ ସେମାନଙ୍କ ଗାଇଗୋରୁ ମାନଙ୍କର ଡାକ୍ତର ଅମିତି କୁମାର ବେହେରା ଓ ଲ. ଇ. ରବୀନ୍ଦ୍ର ନାରାୟଣ ନାୟକ ଙ୍କ ଦ୍ୱରା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଶିବରରେ ଚିକିତ୍ସା କରା ଯାଇଥିଲା ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କରିବା ସହ ଗୋମାତାର ମାହାତ୍ମ୍ୟ ବିଷୟରେ ଡାକ୍ତର ବେହେରା ସମସ୍ତଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମ ଗ୍ରାମର ବହୁ ଯୁବକ ସ୍ଵଚ୍ଛାସେବୀ ନିରଞ୍ଜନ ପ୍ରଧାନ, ଜଜ୍ଞ ଭୁଷଣ ଜେନା, ଶ୍ରୀଧର୍ଥ ରାଉଳ, ଜିତେନ୍ଦ୍ର ମହାରଣା, ରାଜେଶ ବରାଳ, ବାପି ପ୍ରଧାନ, ଯୋଗେନ୍ଦ୍ର ଜେନା, ଯଶୋବନ୍ତ ସୁନ୍ଦରାୟ, ରୀଙ୍କୁ ବିଶ୍ଵାଳ, କୈଳାଶ ବାରିକ, ଅରୁପ ରାଉଳ, ଗୌରାଙ୍ଗ ବରାଳ ଓ ରାମଚେଲା ମଠର ସମସ୍ତ ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ।

ବାଣପୁର ବ୍ଲକ ସାନହନ୍ତୁଆଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.