Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା
ଆଞ୍ଚଳିକ

ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା

December 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବାଣପୁର ଓ ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳେ ଅଯୋଧ୍ୟା ରୁ ଆସିଥିବା ଅଭିମନ୍ତ୍ରିତ ଅକ୍ଷତ କଳସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ରୁ ବାହାରି ପ୍ରତ୍ୟେକ ଖଣ୍ଡକୁ ହସ୍ତାନ୍ତର କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଚିଲିକା ଖଣ୍ଡ ପାଇଁ ଉକ୍ତ କାର୍ଯ୍ୟକ୍ରମର ପାଳକ ଅନନ୍ତ ପ୍ରସାଦ ସେଠି ଓ ଲଷ୍ମୀଧର ଜେନା ଅକ୍ଷତ କଳସ ଆଣିଥିବା ବେଳେ, ବାଣପୁର ଖଣ୍ଡ ପାଇଁ ଶ୍ୟାମ ସୁନ୍ଦର ପ୍ରଧାନ ଅକ୍ଷତ କଳସ ଆଣିଥିଲେ। ଉକ୍ତ ଅକ୍ଷତ କଳସକୁ ବାଣପୁର ଓ ବାଲୁଗାଁ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକାଧିକ ରାମଭକ୍ତ ମାନେ ଉକ୍ତ ଅକ୍ଷତ କଳସକୁ ସ୍ୱାଗତ କରିବା ସହ ଫୁଲ,ହୁଳହୁଳି ଦେଇ, ଦୀପ ଲଗାଇ ପୂଜାର୍ଚନା କରିଥିଲେ।

ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ବେଳେ ବାଣପୁରରେ ବିଷରପାଟଣା ଛକରୁ ମା’ ଭଗବତୀ ମନ୍ଦିର ଯାଇ ରଙ୍କନାଥ ମନ୍ଦିର ଠାରେ ପହଞ୍ଚିଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ, କାର୍ଯ୍ୟବାହ ପ୍ରଶାନ୍ତ ସୁପକାର, ରଞ୍ଜିତ ବଡ଼ଜେନା, ସ୍ୱୟଂସେବକ ସୀତାରାମ ଅଗ୍ରୱାଲ, ସୁଶାନ୍ତ ସାହୁ, ମନେନ୍ଦ୍ର ଦାସ, ରବୀନ୍ଦ୍ର କୁମାର ସେଠି, ଅରୁଣ ଆଚାରୀ, ଚିନ୍ତାମଣି ମିଶ୍ର, ବସନ୍ତ ସୁବୁଦ୍ଧି, ନନ୍ଦ କିଶୋର ମିଶ୍ର, ବିଭୁଦେନ୍ଦୁ ରାଉତ ପ୍ରମୁଖ ସାମିଲ ଥିଲେ।

balugaon banpur ଅଯୋଧ୍ୟା ରାମମନ୍ଦିର ରାମମନ୍ଦିର ସୀତାରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025

ବାଣପୁର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସାମାଜିକ ସମୀକ୍ଷା 

July 24, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

July 23, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025
Latest News

ମହିଳାଙ୍କ ଅଭିଯୋଗର ସମାଧାନ ପାଇଁ କଂଗ୍ରେସ ଖୋଲିଲା ପ୍ରକୋଷ୍ଠ, ମିଳିବ ଟୋଲ ଫ୍ରି ନମ୍ବର, ନିଯୁକ୍ତ ହେବେ ଓକିଲ

July 24, 2025

CBSE ଦେଲା ବଡ଼ ଆଶ୍ୱସ୍ତି, ଏବେ ଗୋଟିଏ ଶ୍ରେଣୀରେ ପଢିପାରିବେ ୪୫ ଛାତ୍ରଛାତ୍ରୀ

July 24, 2025

ଆସିଲା ବଡ ଖବର, ଏବେ ହେବ ନାହିଁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ, ଜାଣନ୍ତୁ କେବେ ???

July 24, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ମାଳଦ୍ୱୀପ ଗସ୍ତ

July 24, 2025

Modi in UK: ମୁକ୍ତ ବାଣିଜ୍ୟ ପାଇଁ ୟୁକେ ସହିତ ଭାରତ ସ୍ବାକ୍ଷର କଲା ଏକ ଐତିହାସିକ ଚୁକ୍ତି, ଜାଣନ୍ତୁ ଏହା କଣ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.