Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଞ୍ଚାୟତ ସାରା କୁଢକୁଢ ଆବର୍ଜନା: ଖତ ଖାଉଛି ଅଳିଆ ବୁହା ଗାଡି
ଆଞ୍ଚଳିକ

ପଞ୍ଚାୟତ ସାରା କୁଢକୁଢ ଆବର୍ଜନା: ଖତ ଖାଉଛି ଅଳିଆ ବୁହା ଗାଡି

December 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଡଚଣା: କଥାରେ ଅଛି “ଗାଁ ପରିମଳ ଧୋବା ତୁଠରୁ” ପରିଷ୍କାର ପରିଚ୍ଛନ୍ନତା ଏକ ମାନବୀୟ ଜୀବନର ମୁଖ୍ୟ ଆଦର୍ଶଣୀୟ ଜୀବନଚର୍ଯ୍ୟା। କେବଳ ପାଠ୍ୟପୁସ୍ତକର ଅଧ୍ୟାୟ ଭାବରେ ନୁହେଁ ବା କୈାଣସି ସାର ଗର୍ଭକ ଭାଷଣର ଧାଡି, ସୁଧ ଆଚରଣ ଯେପରି ଜଣେ ମଣିଷର ଉତ୍ତମ ବ୍ୟକ୍ତିତ୍ୱକୁ ପ୍ରଦର୍ଶିତ କରିଥାଏ ସେହିଭଳି ସ୍ୱଚ୍ଛତାକୁ ଜଣେ ନିଜ ଚେତନାର ଜାଗରଣ ଭାବରେ ଚିନ୍ତା କରିବା ଏବଂ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାର ପ୍ରାସଙ୍ଗିକତା ରକ୍ଷା କରେ।

ବଡଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ଗ୍ରାମପଞ୍ଚାୟତର ସ୍ୱଚ୍ଛତା ବାଟବଣା ହୋଇଅଛି। ପଞ୍ଚାୟତର ଚାରିଆଡେ କମ୍ପୋଷ୍ଟପିଟ ଓ ଡଷ୍ଟବିନ ତିଆରି ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ସେସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଅଛି। ସେହି ଅଳିଆ ଗୁଡିକ ବହୁ ଦିନ ରହିଯିବାରୁ ସେହି ସ୍ଥାନରୁ ଦୁର୍ଗନ୍ଧ ଗ୍ୟାସ ବାହାରୁଅଛି। ଦୀର୍ଘ ଦିନରୁ ଏହି ଅଳିଆ ଗଦା ହୋଇଥିବାବେଳେ ଏହାପ୍ରତି କାହାର ନଜର ନାହିଁ କି ଅଳିଆ ସଫା କରିବା ପାଇଁ ଉଦ୍ୟମ କରାଯାଇନାହିଁ।

ଅନ୍ୟପଟେ ପଞ୍ଚାୟତ ସମ୍ମୁଖରେ ଦୁଇଟି ଅଳିଆ ବୁହା ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ବହୁ ଦିନ ଧରି ଖରା ବର୍ଷାରେ ବାହାରେ ଛିଡା ହୋଇଥିବାରୁ ସେଗୁଡିକ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ପଞ୍ଚାୟତର ବିଭିନ୍ନ କାନ୍ଥ ମାନଙ୍କରେ ଅଳିଆ ବାହାରେ ପକାଇଲେ ଦଣ୍ଡନୀୟ ଅପରାଧ ବୋଲି ଲେଖାହୋଇଅଛି। ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି,ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅର୍ନ୍ତଭୂକ୍ତ। ଲୋକମାନେ ଅଳିଆ ଗଦାରେ ଅଳିଆ ପକାଇଲା ପରେ ସେଗୁଡିକ ସଫା କରାଯାଉନଥିବାରୁ ସେମାନେ ଅଳିଆ କେଉଁଠାରେ ପକାଇବେ ବୋଲି ପ୍ରଶ୍ନ ଉଠାଇଛନ୍ତି।

ପଞ୍ଚାୟତରେ ଏଣେତେଣେ ପଡିଥିବା ଅଳିଆ ଆବର୍ଜନାକୁ ଯଥାସମ୍ଭବ ମିଳିଥିବା ଅଳିଆ ଗାଡି କିମ୍ବା ଅନ୍ୟ ଉପାୟରେ ସଫାସୁତୁରା କରାଗଲେ ପରିବେଶ ଦୂଷିତ ହେବ ନାହିଁ ବୋଲି ଗ୍ରାମବାସୀମାନେ ମତ ରଖିଛନ୍ତି।

ବଡ଼ଚଣା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026
Latest News

ପରିସୀମନ ବିଲ୍ ଉପରେ ନିଜର ମତ ବଦଳାଇଲେ ଅଖିଳେଶ ଯାଦବ?: ରଖିଲେ ଏହି ତିନୋଟି ସର୍ତ୍ତ

July 7, 2026

ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

July 7, 2026

ଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇଏମପିସିସି ବୈଠକ

July 7, 2026

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

July 7, 2026

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.