Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର
ଆଞ୍ଚଳିକ

ବାଲୁଗାଁରେ ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

January 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ୧୨୦୩୪ ତମ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଭାରତୀୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର ଏବଂ କୋଚ଼ିନ ସିପ ୟାର୍ଡ଼ର ନିର୍ଦ୍ଦେଶକ ପୃଥ୍ୱୀରାଜ ହରିଚ଼ନ୍ଦନ ମିଳିତ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଉକ୍ତ କେନ୍ଦ୍ରର ପରିଚାଳକ କାହ୍ନୁଚ଼ରଣ ପଲାଇଙ୍କ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ଡ଼ାଃ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ପୃଥ୍ୱୀରାଜ ହରିଚ଼ନ୍ଦନ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସମାଜସେବୀ ନିରଞ୍ଜନ ସେଠୀ, ସନାତନ ବଳବନ୍ତରାୟ, ସ୍ବପ୍ନା ବଡ଼ଜେନା ଏବଂ ମମତା ପରିଡ଼ା ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ଦ୍ବାରା ସମସ୍ତ ଜନସାଧାରଣ ଏବଂ ବିଶେଷ କରି ଗରିବ ମା’ ଓ ଭଉଣୀ ମାନେ କିପରି ଏହାର ଲାଭ ଉଠାଇପାରିବେ, ମୁଖ୍ୟ ଅତିଥି ଡ଼ାଃ ପାତ୍ର ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚ଼ନା କରିଥିଲେ। ଏହି କେନ୍ଦ୍ରରେ ୧୭୫୯ ଗୋଟି ଉଚ୍ଚ ଗୁଣବତ୍ତା ଔଷଧ ସହ ୨୮୦ ଗୋଟି ସର୍ଜିକାଲ ଉପକରଣ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ମୂଲ୍ୟରେ ମିଳିବ ବୋଲି ଏହାର ପରିଚାଳକ ଶ୍ରୀ ପଲାଇ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଖିପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉକ୍ତ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ।

ଡ଼ା ସମ୍ବିତ ପାତ୍ର ପୃଥ୍ୱୀରାଜ ହରିଚନ୍ଦନ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.