‘ଅସୁରକୁମାରୀଙ୍କ ପୀଠରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ

Published: Feb 16, 2024, 10:58 am IST

ରଣପୁର: ନୟାଗଡ ଜିଲ୍ଲାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ରଣପୁର ବ୍ଲକ ବଜ୍ରକୋଟ ସ୍ଥିତ ମା’ ଅସୁରକୁମାରୀଙ୍କ ପୀଠ ଅନ୍ୟତମ। ଏହି ସ୍ଥାନର ବଣ ଜଙ୍ଗଲ ଭରପୁର ପ୍ରାକୃତିକ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଶବ୍ଦ ପର୍ଯ୍ୟଟକମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।  ଏହି ସ୍ଥାନରେ ବର୍ଷତମାମ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ।

ପ୍ରାଚୀନ ପ୍ଲାବିତ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଓ ସତ୍ୟଧର୍ମ ନୀତି ସଂସ୍ଥାପନ ଉଦ୍ଦେଶ୍ୟରେ ଏହି ପୀଠରେ ଚଳିତ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ଠାରୁ ନବମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ବିଶ୍ଵଶାନ୍ତି ଗୀତ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ମା’ ଅସୁରକୁମାରୀ ଚାରିଟେବ୍ଲ ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବୃୟାରୀ ୧୪ ତାରିଖରେ ଅଙ୍କୁରପୋଣ ହୋଇଥିଲା ବେଳେ ଫେବୃୟାରୀ ୧୬ ତାରିଖରେ ଦେବଦେବୀ ବରଣ, କଳସ ଯାତ୍ରା, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଭଗବତ ସଂକୀର୍ତ୍ତନର କାର୍ଯ୍ୟକ୍ରମ ରହିଛି।

ସେହିପରି ଫେବୃୟାରୀ ୧୭ ତାରିଖରେ ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ବେଳେ ଫେବୃୟାରୀ ୧୮ ତାରିଖରେ ସୂର୍ଯ୍ୟପୂଜା, ପୂର୍ଣ୍ଣାହୁତି, ପ୍ରସାଦ ସେବନ, ମନୋରଞ୍ଜନର କାର୍ଯ୍ୟସୂଚୀ ରହିଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏଥିରେ ଆଚାର୍ଯ୍ୟ ଭାବେ ଗୋପୀନାଥ ଦାସ ଯଜ୍ଞ କାର୍ଯ୍ୟ କରୁଥିବା ବେଳେ ବଜ୍ରକୋଟ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ ସହଯୋଗ କରୁଛନ୍ତି।

Related posts