Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଆଞ୍ଚଳିକ

ରଣପୁର: ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

March 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ନେତୃତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ମହାନ୍ତି ଓ ସି.ଆର.ସି.ସି. ସୁଶୀଲ କୁମାର ରଣା ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିରେ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ର ଆଶିଷ ସୁନ୍ଦରାୟଙ୍କୁ ଉପଢୌକନ ଓ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧନା କରାଯାଇ ଥିଲା। ଏହା ସହିତ ସମସ୍ତ ପିଲାମାନଙ୍କୁ ପୁଷ୍ପଗୁଛ ଓ ଉପହାର ଦିଆ ଯାଇ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।  ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ଦିଆଯାଇ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶ ବକ୍ତବ୍ୟ ରଖିଲା ବେଳେ କାନ୍ଦି ପକାଇ ଥିଲେ।  ସମସ୍ତ ଛାତ୍ରଛାତ୍ରୀମାନେ କାନ୍ଦି କାନ୍ଦି ଅଶ୍ରୁ ଧାର ବୁହାଇ ଚାଲିଥିଲେ। ଶିକ୍ଷୟତ୍ରୀ ସରୋଜିନୀ ମଙ୍ଗରାଜ, ଶିକ୍ଷକ ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିଜୟ କୁମାର ଚମ୍ପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସଦସ୍ୟସଦସ୍ୟା ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ।

ନୟାଗଡ଼ ଜିଲ୍ଲା ନରସିଂହପୁର ବିଦାୟ ସମ୍ବର୍ଦ୍ଧନା ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

February 10, 2026

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

February 8, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.