ଚ଼ିଲିକା ବିଜେପି ପକ୍ଷରୁ ବିଜେପି ର ୪୫ ତମ ପ୍ରତିଷ୍ଠା ଦିବସ ପାଳନ

Published: Apr 6, 2024, 5:26 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ଭାରତୀୟ ଜନତା ପାର୍ଟିର ୪୫ ତମ ପ୍ରତିଷ୍ଠା ଦିବସ ଅବସରରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ନାଚୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ‌ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତିରେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଦଳୀୟ ପତାକା ଉତ୍ତୋଳନ କରି ପ୍ରତିଷ୍ଠା ଦିବସ ପାଳନ କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ‌ବିହାରୀ‌ ବାଜପେୟୀ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲକୃଷ୍ଣ ଆଡଭାନୀ ଜୀ ଏବଂ ପ୍ରଧାନମନ୍ତ୍ରୀ‌ ନରେନ୍ଦ୍ର ମୋଦି ଜୀ ଙ୍କ ପରି ଅଗଣିତ କର୍ମଯୋଗୀଙ୍କ ଅବଦାନରେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳରେ ପରିଣତ ହୋଇଛି ଏବଂ ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିବା ସହ ରାଷ୍ଟ୍ର ପାଇଁ ତଥା ଦଳ ପାଇଁ ସମର୍ପିତ ଭାବେ କାର୍ଯ୍ୟକରିବାକୁ କହିଥିଲେ।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Related posts