କୋଣାର୍କ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା: ଏବେ ଷଷ୍ଠ ଶ୍ରେଣୀରୁ ପ୍ରି-ଭୋକେସନାଲ ଏଜୁକେସନ

Published: Apr 17, 2024, 11:04 pm IST

ଭୁବନେଶ୍ଵର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ (ଓଡିଶା ସରକାର) ଙ୍କ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ବିଦ୍ୟାଳୟରେ ୨୦୧୯ ମସିହାରୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଅଛି। ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କୌଶଳ ମାଧ୍ୟମରେ ଶିକ୍ଷାରେ ଗେଷ୍ଟ ଲେକ୍ଚର, ଇଣ୍ଡଷ୍ଟ୍ରି ଭିଜିଟ ଏବଂ ସ୍ୱତନ୍ତ୍ର ଭାବରେ ଭୋକେସନାଲ ଲ୍ୟାବର ମଧ୍ୟ ସୁବିଧା ଦିଆଯାଉଛି। ଯେଉଁଥିରେ ପିଲାମାନଙ୍କର ସିଧାସଳଖ ଧନ୍ଦାମୂଳକ ଶିକ୍ଷା ପ୍ରତି ଆଦୃତ ବଢ଼ିବାରେ ଲାଗିଛି।

ଶିକ୍ଷାନୀତି ୨୦୨୦ ଅନୁଯାୟୀ ଭାରତ ସରକାରଙ୍କ ସମେତ ପ୍ରତ୍ୟେକ ରାଜ୍ୟରେ ସଂପୂର୍ଣ୍ଣ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରତ୍ୟେକ ଛାତ୍ର ଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ପାଇଁ ପ୍ରି-ଭୋକେସନାଲ ଏଜୁକେସନକୁ ପ୍ରାଧାନ୍ୟ ଦିଆଯାଇଛି, ଯାହା ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଯୋଗ ହୋଇଛି।

ବିଦ୍ୟାଳୟର ଷଷ୍ଠ ଶ୍ରେଣୀ, ସପ୍ତମ ଶ୍ରେଣୀ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରି-ଭୋକେସନାଲ ଏଜୁକେସନ ହେତୁ ଷ୍ଟୁଡେଣ୍ଟ ଇଣ୍ଟରଫେସ ପ୍ରୋଗ୍ରାମ ମାଧ୍ୟମରେ ବିଶ୍ୱଐତିହ୍ୟ ପୀଠସ୍ଥଳୀ ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ପାରିପାର୍ଶ୍ୱରେ ଥିବା ବଜାର ହାଟର ପରିଦର୍ଶନ କରାଯାଇଥିଲା। ଏହା ଦ୍ୱାରା ପିଲାମାନେ ବାହ୍ୟ ଜ୍ଞାନ ଆହରଣ ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବେ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ମତବ୍ୟକ୍ତ କରିଛନ୍ତି।

ପରିଦର୍ଶନ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡାଶିକ୍ଷକ ଅଭୟ କୁମାର ମଲ୍ଲ, ଶିକ୍ଷିକା ଦୀପିକା ଜେନା, ଧନ୍ଦାମୂଳକ ଶିକ୍ଷିକା ବନଜା ମହାନ୍ତି ଏବଂ ଧନ୍ଦାମୂଳକ ଶିକ୍ଷକ ଭାଗିରଥି ପାଇକରାୟ ପରିଚାଳନା କରିଥିଲେ।

Related posts