Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀରାମ ନବମୀରେ ଓଡ଼ଗାଁ ରଘୁନାଥଙ୍କ ଆଶୀର୍ବାଦ ନେଲେ ଡକ୍ଟର ସମ୍ବିତ ପାତ୍ର
ଆଞ୍ଚଳିକ

ଶ୍ରୀରାମ ନବମୀରେ ଓଡ଼ଗାଁ ରଘୁନାଥଙ୍କ ଆଶୀର୍ବାଦ ନେଲେ ଡକ୍ଟର ସମ୍ବିତ ପାତ୍ର

April 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୟାଗଡ: ପବିତ୍ର ଶ୍ରୀରାମ ନବମୀ ଅବସରରେ ନୟାଗଡ଼ ବିଧାନସଭା କ୍ଷେତ୍ରର ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଡକ୍ଟର ସମ୍ବିତ ପାତ୍ର। ସେ ଏହି ଅବସରରେ ଓଡ଼ଗାଁ ଦଳୀୟ କାର୍ଯ୍ୟାଳୟରୁ ପ୍ରଭୁ ରଘୁନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ବାଇକ୍ ରାଲିରେ ସାମିଲ ହୋଇଥିଲେ। ତାଙ୍କ ସହିତ ନୟାଗଡ଼ ବିଧାନସଭାର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଡକ୍ଟର ସମ୍ବିତ ପାତ୍ର ଉପସ୍ଥିତ ଭକ୍ତଜନଙ୍କୁ ପ୍ରସାଦ ବିତରଣ ମଧ୍ୟ କରିଥିଲେ। ଡକ୍ଟର ସମ୍ବିତ ପାତ୍ର ଏହି ଅବସରରେ କହିଥିଲେ, ‘’ନୟାଗଡ଼ର ଜନସାଧାରଣଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଏହା ସ୍ପଷ୍ଟ ଯେ ପୁରୀ ଲୋକସଭାରେ ଏଥର ପଦ୍ମ ଫୁଟିବା ସୁନିଶ୍ଚିତ।‘’ ନୟାଗଡ଼ ବିଧାନସଭାର ଜନତାଙ୍କ ଦ୍ୱାରା ମିଳିଥିବା ଅପାର ସ୍ନେହ, ପ୍ରେମ ଏବଂ ଆଶୀର୍ବାଦ ପାଇଁ ସେ ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଇଥିଲେ।

ଏହା ସହିତ ନୟାଗଡ଼ ବିଧାନସଭା ସ୍ଥିତ ଖୁଟୁବନ୍ଧ ଗ୍ରାମପଞ୍ଚାୟତର ଜାମୁସାହି ଗ୍ରାମର ଗ୍ରାମଦେବୀ ମା ଭୈରବୀଙ୍କୁ ଦର୍ଶନ କରି ଆଶୀର୍ବାଦ ମଧ୍ୟ ନେଇଥିଲେ। ଦୁଃଖ ହାରିଣୀ ମା ଭୈରବୀଙ୍କ ଆଶୀର୍ବାଦରୁ ପୁରୀ ଲୋକସଭାର ସମସ୍ତ ଜନତାଙ୍କର ସର୍ବାଙ୍ଗୀନ ଉନ୍ନତି ହେଉ ବୋଲି କାମନା କରିଥିଲେ। ଏଥିସହିତ ଜାମୁସହିରେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଖୁଣ୍ଟୁବନ୍ଧ ଗ୍ରାମପଞ୍ଚାୟତରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ବୈଠକରେ ସାମିଲ ହୋଇଥିଲେ।

ଏହାପରେ ଚିଲିକା ବିଧାନସଭା କ୍ଷେତ୍ରର ସୋରଣ ପଞ୍ଚାୟତର ହଂସରାଡ଼ି ଗାଁର ଅଗ୍ନିକାଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଥିଲେ। ସୁରେଶ ରାଉତ ଏବଂ କୈଳାଶ ରାଉତଙ୍କ ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ଖବର ପାଇ ତୁରନ୍ତ ଯାଇ ଉଭୟ ପରିବାରକୁ ସାକ୍ଷାତ କରିବା ସହିତ ଘରପୋଡି ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ସୋରଣ ପଞ୍ଚାୟତର ବରଡିହା ଗ୍ରାମରେ ବୁଣାକାରମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ହଂସରାଡ଼ି ଗ୍ରାମରେ ଜନ ସଂପର୍କ ପଦଯାତ୍ରା ଅବସରରେ ସେ କହିଥିଲେ, ‘’ଏଠାରେ ମିଳିଥିବା ଅପାର ସ୍ନେହ ଶ୍ରଦ୍ଧା ମୋତେ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ମୁଁ ନିଶ୍ଚିତ ଯେ ଏଥର ପୁରୀ ଲୋକସଭାରେ ବିଜେପି ବିପୁଳ ପରିମାଣରେ ଭୋଟ ପାଇ ବିଜୟୀ ହେବ।‘’ ସୋରଣ ପଞ୍ଚାୟତର ବାରଡ଼ିହା ଗ୍ରାମରେ ପ୍ରଭୁ ରଘୁନାଥଙ୍କର ଏବଂ ଚଣ୍ଡେଶ୍ୱର ଗ୍ରାମରେ ପ୍ରଭୁ ସଙ୍କଟ ମୋଚନ ବୀର ହନୁମାନଙ୍କୁ ଦର୍ଶନ କରି ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ।

ଡକ୍ଟର ସମ୍ବିତ ପାତ୍ର ଶ୍ରୀରାମ ନବମୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.